Latest Odisha News

BREAKING NEWS

ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି

ଭୁବନେଶ୍ୱର: ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଆଥଲେଟ ଦୂତି ଚାନ୍ଦ ପରୋକ୍ଷରେ ରାଜନୀତି ପ୍ରତି ଆଗ୍ରହ ଥିବା କଥା କହିଛନ୍ତି । ଯାହା ପରେ ସେ ରାଜନୀତିରେ ପାଦ ଦେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶାର ଦୌଡା ରାଣୀ ଓ ଅଲିମ୍ପିଆନ କମ୍ପିଟେଟିଭ ଆଥଲେଟିକ୍ସରୁ ଅବସର ନେଇସାରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି କ୍ରୀଡାର ବିକାଶ ଓ ସମାଜସେବା କରିବା ସର୍ବଦା ମୋର ସ୍ୱପ୍ନ ହୋଇ ରହି ଆସିଛି । ଟ୍ରାକ ଆଉ ଫିଲ୍ମ ସର୍ବଦା ମୋର ପ୍ରଥମ ପସନ୍ଦ । ଏହାକୁ ଛାଡି ମୁଁ ଚଳି ପାରିବିନି ।

କ୍ରୀଡା କ୍ଷେତ୍ରରେ ସବୁ ଦିନ ପାଇଁ କ୍ୟାରିୟର କରିହେବନି ବୋଲି ସେ କହିଛନ୍ତି । ରାଜନୀତି ମାଧ୍ୟମରେ ଏହାକୁ ସାକାର କରିହେବ । ଦୂତି କହିଛନ୍ତି ମୋ ମାଆ ଦୁଇ ଥର ସରପଂଚ ଥିଲେ । ସେ ବିଧାୟିକା ହେବା ପାଇଁ ଆଗ୍ରହୀ ଥିଲେ । ମାତ୍ର ଏହା ସମ୍ଭବପର ହୋଇ ନ ଥିଲା । ମୁଁ ତାଙ୍କ ସ୍ୱପ୍ନ ସାକାର କରିବି । ଯଦି ମୋତେ ସୁଯୋଗ ମିଳିବ ତେବେ ଯାଜପୂରର ବରୀରୁ ନିର୍ବାଚନ ଲଢ଼ିବେ ।

Leave A Reply

Your email address will not be published.