Latest Odisha News

ଆଶ୍ରମ ସ୍କୁଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ…

ସୋନପୁର: ସୋନପୁର ତରଭା ଆଶ୍ରମ ସ୍କୁଲର ହଷ୍ଟେଲରେ ରହୁଥିବା ଜଣେ +୨ ଦ୍ଵିତୀୟ ବର୍ଷର ଛାତ୍ରଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ବର୍ତ୍ତମାନ୍ ସୁଦ୍ଧା ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।କିନ୍ତୁ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିବା ପରେ ମୃତ୍ୟୁ ହୋଇଥିବା ନେଇ ପରିବାର ତରଫରୁ ଅଭିଯୋଗ କରାଯାଇଛି। ଗୁରୁତର ଅବସ୍ଥାରେ ଆହତ ଛାତ୍ରକୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ମୃତ୍ୟୁର ସଠିକ୍ କାରଣ ଜାଣିବା ପାଇଁ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ହସ୍ପିଟାଲ ପଠାଯାଇଛି। ଏହି ଘଟଣା ସଂପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ସ୍କୁଲ କର୍ତ୍ତୃପକ୍ଷ, କର୍ମଚାରୀ ଏବଂ ଅନ୍ୟ ଛାତ୍ରଙ୍କ ବୟାନ ରେକର୍ଡ କରିଥିବା ନେଇ ସୂଚନା ମିଳିଛି।

 

Comments are closed.