ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତି ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର୍ୟାଙ୍କିଙ୍ଗରେ କମାଲ କରିଛନ୍ତି । ସେ ଯଶପ୍ରୀତ ବୁମରାହଙ୍କ ପଛରେ ପକାଇ କ୍ୟାରିୟରର ଶ୍ରେଷ୍ଠ ର୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସେ ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପୂର୍ବରୁ ୨୦୧୭ରେ ବୁମରାହ ଆନ୍ତର୍ଜାତୀୟ ଟି୨୦ରେ ୭୮୩ ରେଟିଂ ପଂଏଟ ହାସଲ କରିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରେ ଏହା ଶ୍ରେଷ୍ଠ ରେଟିଂ ପଂଏଟ ଥିଲା । ଏବେ ବରୁଣ ୮୧୮ ରେଟିଂ ପଂଏଟସ ହାସଲ କରିଛନ୍ତି । ଚଳିତ ବର୍ଷ ବରୁଣ ଏସିଆ କପ ଅବସରରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲେ ।
ବରୁଣଙ୍କ ପଛକୁ ନ୍ୟୁଜିଲାଣ୍ଡର ଜ୍ୟାକବ ଡଫି ରହିଛନ୍ତି । ସେ ତାଙ୍କ ରେଟିଂ ପଂଏଟରୁ ୧୧୯ ପଂଏଟ ଆଗରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ମଧ୍ୟ ବରୁଣ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ସେହିପରି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ୨ଜଣ ପ୍ରଥମ ୫ଜଣଙ୍କ ମଧ୍ୟରେ ରହିଛନ୍ତି । ତିଳକ ବର୍ମା ୭୭୪ ରେଟିଂ ପଂଏଟ ସହ ୨ଟି ସ୍ଥାନ ଉନ୍ନୀତ ହୋଇ ୪ର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଅଭିଷେକ ଶର୍ମା ୯୦୯ ରେଟିଂ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର୍ୟାଙ୍କିଙ୍ଗ ।