Latest Odisha News

ଦକ୍ଷିଣ ଆଫ୍ରିକ ବିପକ୍ଷ ଟି୨୦ ସିରିଜ: ଆଘାତ ସମସ୍ୟା ଯୋଗୁ ଓହରିଲେ ଗିଲ

ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌରେ ୪ର୍ଥ ଟି୨୦ ଖେଳାଯିବ । ତେବେ ଅତ୍ୟଧିକ କୁହୁଡି ଯୋଗୁ ମ୍ୟାଚ ଆରମ୍ଭ ହୋଇପାରିନି । ଇତି ମଧ୍ୟରେ ଖରାପ ଫର୍ମରେ ଥିବା ଉପ ଅଧିନାୟକ ଶୁଭମନ ଗିଲ ଆଘାତ ସମସ୍ୟା ଯୋଗୁ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ଚୂଡାନ୍ତ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବେକରେ ଆଘାତ ପାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଡଲାଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ଏହା ପରେ ସେ ଦ୍ୱିତୀୟ ଟେଷ୍ଟ ଏବଂ ଦିନିକିଆ ସିରିଜରୁ ଓହରି ଯାଇଥିଲେ ।

ଭାରତ ଟେଷ୍ଟ ସିରିଜ ହାରିବା ପରେ ଦିନିକିଆରେ ବିଜୟ ହାସଲ କରିଥିଲା । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ପରେ ତାଙ୍କୁ ଟି୨୦ ଦଳରେ ସାମିଲ କରାଯାଇଥିଲା । କ୍ରମାଗତ ୨ଟି ମ୍ୟାଚ ଖେଳିବା ପରେ ସେ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଆଙ୍ଗୁଳିରେ ଆଘାତ ପାଇଥିଲେ । ସେ କିପରି ଦ୍ରୁତ ଆରୋଗ୍ୟ ଲାଭ କରିବେ ସେଥିପାଇଁ ବାକିଥିବା ମ୍ୟାଚରୁ ତାଙ୍କ ବାଦ ଦିଆଯାଇଛି । ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.