ଜଗତସିଂହପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ରେଞ୍ଜ ଅଧିକାରୀ ରାଜେନ୍ଦ୍ର ସାମନ୍ତରାୟଙ୍କ ସହ ଜଡିତ ଚାରିଟି ସ୍ଥାନରେ ଚଢାଉ କରିଛନ୍ତି।
ରାଜେନ୍ଦ୍ର ସାମନ୍ତରାୟ ଜଗତସିଂପୁର ଜିଲ୍ଲାର ରାହାମା ଫରେଷ୍ଟ ରେଞ୍ଜରେ କାର୍ଯ୍ୟରତ।
ତାଙ୍କ ଜ୍ଞାତ ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଜଗତସିଂପୁର ଜିଲ୍ଲାରେ ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। କଟକର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଉଛି।
ଜାଣନ୍ତୁ କେଉଁକେଉଁ ସ୍ଥାନରେ ଚାଲିଛି ରେଡ୍…
* ଜଗତସିଂହପୁରର ଚତରାଠାରେ ଅବସ୍ଥିତ ତିନି ମହଲା କୋଠା।
* ଜଗତସିଂପୁରର ଡୋଣ୍ଡୋରେ ପୈତୃକ ଗ୍ରାମରେ ଥିବା ସାମନ୍ତରାୟପୁରର ଦୁଇ ମହଲା କୋଠା।
* କଟକ ବନ ବିଭାଗ ଅଧୀନରେ ଥିବା ସମ୍ପୁର ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ
* ଜଗତସିଂହପୁର ଫରେଷ୍ଟ ରେଞ୍ଜ ପରିସରରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ