Latest Odisha News

BREAKING NEWS

୩୦,୦୦୦ ଲାଞ୍ଚ ନେଇ ଗିରଫ ଓଆରଏସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଯାଜପୁର ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ତଥା ଓଆରଏସ ଅଧିକାରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ଶୁକ୍ରବାର ଦିନ ଗିରଫ କରିଛନ୍ତି। ସେ ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରି ଫସିଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ, ଅଭିଯୋଗକାରୀଙ୍କୁ ସୁହାଇବା ଭଳି ଜମିର ସୀମା ନିର୍ଦ୍ଧାରଣ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ। ପରେ ଖବର ପାଇ ଭିଜିଲାନ୍ସ ଅଧିକାରୀମାନେ ଏକ ଜାଲ ବିଛାଇ ତାଙ୍କୁ ଲାଞ୍ଚ ଟଙ୍କା ନେବା ସମୟରେ ଧରିଥିଲେ। ପରେ ତାଙ୍କ ଠାରୁ ସମସ୍ତ ୩୦,୦୦୦ ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଥିଲା।

ଗିରଫ ହେବା ପରେ କଟକ ଭିଜିଲାନ୍ସ ଥାନା ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ୧୯.୧୨.୨୦୨୫ରେ ମାମଲା ନଂ ୩୬ ରୁଜୁ କରିଛି। ଏଥିସହିତ ଏହି ମାମଲାର ତଦନ୍ତ ଚାଲିଥିବା ନେଇ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.