ଅନୁଗୁଳ: ସାଇବର ଥାନା ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କୁ ହତ୍ୟା ଉଦ୍ୟମ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ରାତି ଅଧରେ ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଗତ ୧୮ ତାରିଖରେ ଡ୍ୟୁଟିରୁ ଫେରିବା ବେଳେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ କରିଛନ୍ତି ଏହି ଦୁର୍ବୁତ୍ତ ମାନେ ।
ବସ୍ ଚଢାଇ ହତ୍ୟା ଉଦ୍ୟମ ସହ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଅନୁଗୁଳ ସାଇବର ଥାନା ଅଧିକାରୀ ଇନସ୍ପେକ୍ଟର ଖଲେଶ୍ବର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଥାନା କାମ ସାରି ଫେରୁଥିଲେ । ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍ ତାଙ୍କ ଉପରକୁ ମାଡ଼ି ଆସିଥିଲା । ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଡ୍ରାଇଭର୍ ଉଦ୍ୟମ କରିଥିଲା ବେଳେ ପୋଲିସ ଅଧିକାରୀ ଜଣଙ୍କ ରାସ୍ତାକଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଏହା ପରେ ଡ୍ରାଇଭର୍ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗାଡ଼ିରୁ ଓହ୍ଲାଇ ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ । ଏନେଇ ଥାନାଅଧିକାରୀ ରବିବାର ଅର୍ଥାତ୍ ଗତକାଲି ଥାନାରେ ଏ ସମ୍ପର୍କରେ ଏତଲା ଦେଇତିଲେ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।