Latest Odisha News

BREAKING NEWS

ବାଂଲାଦେଶ ଭିଡ ହିଂସା: ଦୀପୁଙ୍କ ସହକର୍ମୀମାନେ ହିଁ ତାଙ୍କୁ କଟ୍ଟରପନ୍ଥୀଙ୍କ ହାତରେ ଛାଡି ଦେଇଥିଲେ

ନୂଆଦିଲ୍ଲୀ: ଯଦି ଫ୍ୟାକ୍ଟ୍ରି ମ୍ୟାନେଜମେଣ୍ଟ ଠିକ୍ ସମୟରେ ପୋଲିସକୁ କଲ୍ କରି ସୂଚନା ଦେଇଥାନ୍ତା, ତେବେ ହୁଏତ ବାଂଲାଦେଶୀ ହିନ୍ଦୁ ବ୍ୟକ୍ତି ଦୀପୁ ଚନ୍ଦ୍ର ଦାସଙ୍କର ଆଜି ଜୀବନ ବଞ୍ଚିଯାଇଥାନ୍ତା। ଦୀପୁ ଚନ୍ଦ୍ର ଦାସଙ୍କୁ ଜୀବନ୍ତ ଜାଳିବା ପୂର୍ବରୁ ସେ କହୁଥିଲେ, ମୁଁ କୌଣସି ଧର୍ମକୁ ଅପମାନିତ କରି ନାହିଁ। ସେ ଫ୍ୟାକ୍ଟ୍ରିର ଏକ କାର୍ଯ୍ୟକ୍ରମରେ କେବଳ ଏତିକି କହିଥିଲେ ‘ଈଶ୍ୱର ଏକ, ନାମ ଅନେକ’। ତାଙ୍କର ଏହି ବୟାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ମାମଲାରେ ପୋଲିସକୁ ଡାକି ତାଙ୍କୁ ରକ୍ଷା କରିବା ପରିବର୍ତ୍ତେ, ଦୀପୁଙ୍କୁ ତାଙ୍କ କାରଖାନା ସୁପରଭାଇଜରମାନେ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ଏବଂ ତାଙ୍କୁ କାର୍ଯ୍ୟସ୍ଥଳରୁ ବାହାର କରି ଦେଇଥିଲେ।

ସେହି ଦିନ ଥିଲା ଗୁରୁବାର (ଡିସେମ୍ବର ୧୬)। ଏହି ଦିନେ ଉକ୍ତ ଫ୍ୟାକ୍ଟ୍ରିରେ ଥିବା କିଛି ଲୋକେ ମିଶି ଦୀପୁଙ୍କୁ ଧାର୍ମିକ କଟ୍ଟରପନ୍ଥୀଙ୍କ ହାତରେ ଛାଡି ଦେଇଥିଲେ। ଆଉ ତା ପରେ ଯାହା ହେଲା ତାହା ବିଶ୍ୱ ଦେଖୁଛି। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଏପରି ଅମାନୁଷିକ ଧାର୍ମିକ ଅତ୍ୟାଚାର ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଏଠାରେ ତାଙ୍କ ସହକର୍ମୀମାନେ ତାଙ୍କୁ ହତ୍ୟା କରିବାରେ ଭିଡ଼ ସହିତ ଯୋଗ ଦେଇଥିବା ଜଣାପଡ଼ିଛି। ଦୀପୁଙ୍କୁ ତାଙ୍କ ସହକର୍ମୀମାନେ ହିଁ ଭିଡ ସହ ମିଶି ହତ୍ୟା କରିଥିବା କୁହାଯାଉଛି। ଯାହା ଆଶ୍ଚର୍ଯ୍ୟ ଲାଗୁଛି।

ବାଂଲାଦେଶର ରାପିଡ୍ ଆକ୍ସନ୍ ବାଟାଲିଅନ୍ (RAB) ଏବଂ ପୋଲିସ ଅଧିକାରୀଙ୍କ ଅନୁଯାୟୀ, କାରଖାନା ସୁପରଭାଇଜରମାନେ ଦୀପୁଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ଏବଂ ପରେ ତାଙ୍କୁ ଭିଡ଼କୁ ହସ୍ତାନ୍ତର କରିଥିଲେ, ଯେଉଁମାନେ ତାଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ। ତାଙ୍କ ଶରୀରକୁ ନିଆଁ ଲଗାଇ ଦେଇଥିଲେ ଏବଂ ଢାକା-ମୈମନସିଂ ରାଜପଥ କଡ଼ରେ ଏକ ଗଛରେ ଝୁଲାଇ ଦେଇଥିଲେ। କର୍ତ୍ତୃପକ୍ଷ କହିଛନ୍ତି ଯେ ଧର୍ମନିନ୍ଦକ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ଘଟଣାର CCTV ଫୁଟେଜ୍ ଏବଂ ଭିଡିଓ ସମୀକ୍ଷା କରାଯିବା ପରେ ଏପର୍ଯ୍ୟନ୍ତ କାରଖାନା ଅଧିକାରୀ ଏବଂ ଶ୍ରମିକଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ବୟସ ୧୯ ରୁ ୪୬ ବର୍ଷ ମଧ୍ୟରେ ହେବ। ମୈମନସିଂର ଭାଲୁକାରେ, ଦୀପୁ ଚନ୍ଦ୍ର ଦାସ ଏକ ପୋଷାକ କାରଖାନା କର୍ମଚାରୀ ଥିଲେ।

ୟୁନୁସଙ୍କ ଶାସନ ସମୟରେ ବାଂଲାଦେଶରେ ଆଇନ ଶୃଙ୍ଖଳାର ଅଭାବ ଏବଂ ଗଣତନ୍ତ୍ରର ଏହା ଏକ ବଡ଼ ଉଦାହରଣ। ସୂଚନା ଥାଉକି, ଗୁରୁବାର ରାତି ପ୍ରାୟ ୯ଟା ସମୟରେ, ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପରେ ସେମାନେ ମୃତଦେହକୁ ପୋଡ଼ି ଦେଇଥିବା ଭାଲୁକା ପୋଲିସ ଡ୍ୟୁଟି ଅଫିସର ରିପନ୍ ମିଆଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣା ବାଂଲାଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଥିଲା । ୟୁନୁସ୍ କାମଚଳା ସରକାରଙ୍କ ମୁଖ୍ୟ ହେବା ପରଠାରୁ, ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଅନେକ ଆକ୍ରମଣ ହୋଇଛି । ଶୁକ୍ରବାର ଅନ୍ତରୀଣ ସରକାର ମୈମନସିଂ ସହରରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରି ଏକ ବିବୃତ୍ତି ଜାରି କରି କହିଥିଲେ, ନୂତନ ବାଂଲାଦେଶରେ ଏପରି ହିଂସାର କୌଣସି ସ୍ଥାନ ନାହିଁ । ଏହି ଘୃଣ୍ୟ ଅପରାଧ ପାଇଁ ଦାୟୀ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ ।

Leave A Reply

Your email address will not be published.