ରାଜନଗର: ଚାଲିଛି ପର୍ଯ୍ୟଟନ ଋତୁ । ଏହି ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହା ଭିତରେ ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବନ ବିଭାଗର ସୂଚନା ମୁତାବକ, ରବିବାର ଜାତୀୟ ଉଦ୍ୟାନକୁ ଗୋଟିଏ ଦିନରେ ୨୮୬୪ ପର୍ଯ୍ୟଟକ ଆସିଥିଲେ ।
ପର୍ଯ୍ୟଟକ ବୋଟ୍ ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ରହିଥିବା କୁମ୍ଭୀର ସହିତ ହରିଣ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଭିତରକନିକା ସେଲଫି ପଏଣ୍ଟ୍ ରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା ।
ସ୍କାଏୱାକ୍ରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଚାଲିବା ସହିତ ନୂଆ ଅନୁଭୂତି ସାଉଣ୍ଟିଥିଲେ । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ପର୍ଯ୍ୟଟକ ଅଧିକ ସମୟ ଅତିବାହିତ କରିଥିଲେ । ହ୍ୟାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆଙ୍କୁ ଦେଖିବା ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖି ବେଶ ଉପଭୋଗ କରିଥିଲେ ପର୍ଯ୍ୟଟକ ମାନେ ।
<iframe width=”560″ height=”315″ src=”https://www.youtube.com/embed/u-7eRivQ7k8?si=yjBCY7M6OymiBA0T” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>