Latest Odisha News

BREAKING NEWS

ଆହୁରି ୫ ଦିନ କଲବଲ କରିବ ଶୀତ, ଏହି ସବୁ ସ୍ଥାନରେ ଅଧିକ ଜାଡ…

ଭୁବନେଶ୍ୱର: ଓଡ଼ିଶାରେ ଆହୁରି ୫ ଦିନ ଯାଏଁ ଘନ କୁହୁଡ଼ି ଜାରି ରହିବ। ଏନେଇ ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।

ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଏବଂ ସୋନପୁର ଜିଲ୍ଲା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଏଥିସହିତ ଆଗାମୀ ସାତ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର, ବଲାଙ୍ଗୀର, କୋରାପୁଟ, କେନ୍ଦ୍ରାପଡ଼ା ଏବଂ ସୋନପୁର ଜିଲ୍ଲାର ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ଅନୁଯାୟୀ, ଡିସେମ୍ବର ୨୫ ତାରିଖରୁ  ଶୀତ ଲହରୀ ପୁନର୍ବାର ଆରମ୍ଭ ହେବାର ସମ୍ଭାବନା ରହିଛି। ତେବେ ଉତ୍ତର-ପଶ୍ଚିମ ଦିଗରୁ ଶୁଖିଲା ଏବଂ ଥଣ୍ଡା ପବନ ଏହାର କାରଣ।

ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୫.୫°C ରହିଛି। କନ୍ଧମାଳର ଜି ଉଦୟଗିରି ୬.୮°C ସହିତ ଦ୍ୱିତୀୟ ସ୍ଥାନରେ ଥିଲା। ସେହିପରି ୧୦°C ତଳେ ତାପମାତ୍ରା ରେକର୍ଡ କରାଯାଇଥିବା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ କନ୍ଧମାଳର ଦାରିଙ୍ଗବାଡି ୭°C, ଫୁଲବାଣୀ ଏବଂ କୋରାପୁଟର ସେମିଲିଗୁଡ଼ା ଯଥାକ୍ରମେ ୮°C, ନବରଙ୍ଗପୁର (୮.୮°C), ବୌଦ୍ଧ (୯.୨°C), ରାଉରକେଲା ଏବଂ ସମ୍ବଲପୁରର ଚିପଲିମାରେ ୯.୯°C ତାପମାତ୍ରା ରହିଥିଲା।

ସେହିପରି ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୧୩.୬°C ଏବଂ ୧୨.୪°C ରେକର୍ଡ କରାଯାଇଛି।

Leave A Reply

Your email address will not be published.