Latest Odisha News

BREAKING NEWS

Excise Raid: ନୂଆବର୍ଷ ପୂର୍ବରୁ ସ୍ବତନ୍ତ୍ର ଚଢ଼ାଉ; ୨ ଦିନରେ ୧ କୋଟି ୬୪ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟବ୍ୟାପୀ ଅବକାରୀ ବିଭାଗର ସ୍ବତନ୍ତ୍ର ଚଢ଼ାଉ । ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ ପ୍ରାୟ ୧କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି। ଅଭିଯାନରେ ୪ଟି NDPS ମାମଲା ସହ ମୋଟ ୩୧୮ ଟି ମାମଲା ରୁଜୁ ହୋଇଥିବା
ସୂଚନା ରହିଛି । ଏଥିରେ ୧୩୪ ଜଣଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣରେ ଘଟଣାରେ ୧୨ ଟି ଗାଡ଼ି ମଧ୍ୟ ଜବତ କରାଯାଇଛି।

ନାର୍କୋଟିକ୍ସ ମାମଲାରେ ୩ କିଲୋଗ୍ରାମ ଗଞ୍ଜେଇ ଏବଂ ୧୧୭ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି ।

ବେଆଇନ ମଦ ତିଆରିରେ ବ୍ୟବହୃତ କଞ୍ଚା ମାଲ – ୧୮୯୩୨୦ ଲିଟର ଫର୍ମେଣ୍ଟେଡ୍ ୱାଶ, ୮୨୦୦ କିଲୋଗ୍ରାମ ଗୁଡ଼ ୱାଶ ଏବଂ ୮୮୦ କିଲୋଗ୍ରାମ ମହୁଲି ଫୁଲ ଆଦି ଜବତ ହୋଇଛି । ଏଥିସହିତ ୧୯୧୭୫ ଲିଟର ବେଆଇନ ଭାବେ ତିଆରି ହୋଇଥିବା ମଦ ଏବଂ ୪୮୫ Duty-paid liquor ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.