Latest Odisha News

BREAKING NEWS

pucc: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା;ଜାନୁଆରୀ ୧ରୁ ନିୟମ କଡ଼ାକଡି ପାଳନ

ଭୁବନେଶ୍ବର:ଜାନୁଆରୀ ୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ । ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର (pucc )ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପରିବହନରେ ପରିବେଶ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ଇନ୍ଧନ ମନା’ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ଇନ୍ଧନ ମନା ନିଷ୍ପତ୍ତିର କାର୍ଯ୍ୟକାରିତା ତଥା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି (ସୋମବାର) ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଜାନୁଆରୀ୧ ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ ସେବେଠୁ ଏହି ନିୟମକୁ କଡ଼ାକଡି ପାଳନ କରାଯିବ ।

ବୈଠକରେ ସର୍ବସମ୍ମତିକ୍ରମେ କୁହାଯାଇଛି ଯେ, ଆଗାମୀ ଦିନରେ ପ୍ରଦୂଷଣ ପ୍ରମାଣପତ୍ର କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଅନ୍ତତଃ ୧୫ ଦିନ ଧରି ଏହି ସଚେତନତାକୁ ବ୍ୟାପକ କରାଯିବ । ଏହାସତ୍ତ୍ୱେ ବି ଯେଉଁମାନେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ କରିବେ, ଆଗାମୀ ଦିନରେ ତାଙ୍କୁ ପେଟ୍ରାଲ ପମ୍ପରେ ଇନ୍ଧନ ଦେବାକୁ ମନା କରାଯିବ । ଏଥିସହ ଗାଡ଼ିରେ ଷ୍ଟିକର ଲଗାଇ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଉଲ୍ଲେଖ କରିବେ ।

ପେଟ୍ରୋଲ ଡିଲର ଆସୋସିଏସନ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିଶନର ଅମିତାଭ ଠାକୁରଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

 

Leave A Reply

Your email address will not be published.