Latest Odisha News

BREAKING NEWS

Odia YouTuber Gulua: ଶେଷରେ ସତ ମାନିଲେ ୟୁଟ୍ୟୁବର ମିଷ୍ଟର୍ ଗୁଲୁଆ

ଭୁବନେଶ୍ୱର: ଶେଷରେ ସତ ମାନିଲେ ଗୁଲୁଆ। ପରକୀୟା ପ୍ରୀତିରେ ଥିବା ସ୍ବୀକାର କଲେ ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ। ୟୁଟ୍ୟୁବର ଦମ୍ପତି ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଉଭୟଙ୍କ ଉପରେ ଦୋଷ ଲଦା ଲଦି ହେଲେ। ପରସ୍ପର ମଧ୍ୟରେ ଦେଖିବାକୁ ମିଳିଥିଲା ଆରୋପ-ପ୍ରତ୍ୟାରୋପ। ଏହି ସମୟରେ ପରକୀୟା ପ୍ରୀତିରେ ଥିବା ଗୁଲୁଆ ନିଜ ମୁହଁରେ ମାନିଥିଲେ।

ଅନ୍ୟପଟେ ହାସ୍ୟ ଅଭିନେତା ଗୁଲୁଆଙ୍କୁ ହତ୍ୟା ଧମକ ମିଳିଥିବା ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ କରି ପୋଷ୍ଟ କରିଛନ୍ତି। ଥରେ ନୁହେଁ ଦୁଇଥର ନୁହେଁ ତିନିଥର ତାଙ୍କୁ ଧମକ ମିଳିଥିବା ସେ କହିଛନ୍ତି । କୋଟିଏ ଟଙ୍କା ଦିଅ ନହେଲେ ସୋସିଆଲ ମିଡିଆରେ ବଦନାମ କରିଦେବୁ। କୋଟିଏ ଟଙ୍କାରୁ ୫୦ ଲକ୍ଷକୁ ଖସିଛନ୍ତି ଦଲାଲ। ଏପରିକି ତୁମ ନାଁରେ ମିଛ କେସ କରି ସାରା ଜୀବନ ଜେଲରେ ପୁରାଇଦେବୁ ବୋଲି ଧମକ ମିଳିଛି । କମେଡିଆନ ଗୁଲୁଆ ନିଜେ ତାଙ୍କ ଆକାଉଣ୍ଟରେ ଏଭଳି ଏକ ପୋଷ୍ଟ କରିଛନ୍ତି ସେଥିରେ ସେ ସବୁକଥା ସ୍ପଷ୍ଟଭାବେ କହିଛନ୍ତି ।

ଏହି ଧମ ମିଳିବା ପରେ ସେ ବାଲିଅନ୍ତା ଥାନା ସହ ଯୋଗାଯୋଗ କରିଥିଲେ । ହେଲେ ଧମକ ଦେଉଥିବା ଲୋକଙ୍କ ଯୋଗାଯୋଗ ସେଠାରେ ଥିବାରୁ ସେ ଭୟ କରିଥିବା କହିଛନ୍ତି । ଭୟରେ ସେ ଥିବାରୁ ରାଜଧାନୀ ଛାଡିଥିବା ସ୍ପଷ୍ଟ କରିଛନ୍ତି । ଏପରିକି ଯଦି ତାଙ୍କର କିଛି ହୁଏ ସେ ସେହିମାନଙ୍କୁ ଦାୟୀ କରିଛନ୍ତି। ଆଉ ଏକ ଭିଡିଓ ମଧ୍ୟ ସେ କରିଛନ୍ତି । ଆଉ ଖୁବଶୀଘ୍ର ସେମାନଙ୍କ ନାଁ ସେ କହିବେ ବୋଲି କହିଛନ୍ତି। ତେବେ ଗୁଲୁଆଙ୍କ ପାଇଁ କିଏ ଏମିତି କରିଛି ସେ ବାବଦରେ ଜଣାପଡିନି ।

Leave A Reply

Your email address will not be published.