Latest Odisha News

BREAKING NEWS

ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ରାଜେଶ

ଭୁବନେଶ୍ୱର: ଚଳିତ ବିଜୟ ହଜାରେ ଟ୍ରଫିରେ ଓଡିଶାର ଉଦୀୟମାନ ପେସ ବୋଲର ରାଜେଶ ମହାନ୍ତିି ଇତିହାସ ରଚିଛନ୍ତି । ସେ ଓଡିଶାର ପ୍ରଥମ ବୋଲର ଭାବେ ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେବା ଗୌରବ ଅର୍ଜନ କରିଛନ୍ତି । ବେଙ୍ଗାଲୁରର ଅଲୁର ଖେଳାଯାଇଥିବା ସର୍ଭିସେସ ବିପକ୍ଷ ମ୍ୟାଚରେ ୨୫ ବର୍ଷୀୟ ରାଜେଶ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଟସ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ ନେଇଥିଲା । ୭ମ ଓଭରର ପ୍ରଥମ ବଲରେ ସେ ସାଗର ଦାହିୟାଙ୍କ ୱିକେଟ ନେଇଥିଲେ । ଏହା ପରେ ଆୟୂଷ ଶୁକ୍ଲାଙ୍କୁ ଏଲବିଡବ୍ଲ୍ୟୁ ଓ ରବି ଚୌହ୍ୱାନଙ୍କୁ ଆଉଟ କରି ସେ ହ୍ୟାଟ୍ରିକ ଅର୍ଜନ କରିଥିଲେ । ସେ ମ୍ୟାଚରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୯ ଓଭରରେ ୨୫ ରନ ଦେଇ ୩ଟି ୱିକେଟ ନେଇଥିଲେ ।

ତାଙ୍କ ବୋଲିଂ ପ୍ରଦର୍ଶନ ବଳରେ ସର୍ଭିସେସ ୮୩ ରନରେ ଅଲଆଉଟ ହୋଇ ଯାଇଥିଲା । ଅବଶ୍ୟ ସମ୍ବିତ ବରାଳ ୪ଟି ୱିକେଟ ନେଇ ତାଙ୍କୁ ଭରପୂର ସହଯୋଗ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସର୍ଭିସେସର ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର । ଓଡିଶା ୨୪.୩ ଓଭରରେ ୬ ୱିକେଟ ହରାଇ ବିଜୟ ହାସଲ କରିଛି । ଆଇପିଏଲ ମିନି ନିଲାମରେ କୌଣସି ଫ୍ରାଂଚାଇଜର ମହାନ୍ତିଙ୍କୁ ନେଇ ନ ଥିଲେ । ସେ ଅନସୋଲ୍ଡ ରହିଥିଲେ । ଏବେ ସେ ତାଙ୍କ ବୋଲିଂ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି । ମହାନ୍ତି ୩୮ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୧ ୱିକେଟ ନେଇଛନ୍ତି । ସେହିପରି ୩୪ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୨୪ ଓ ଟି୨୦ରେ ୨୮ ମୁକାବିଲାରେ ୨୭ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.