Latest Odisha News

BREAKING NEWS

କୋଟିପତି ଫରେଷ୍ଟର ନିରଞ୍ଜନଙ୍କର ସମ୍ପତ୍ତି ଦେଖି ଟେରା ଭିଜିଲାନ୍ସ ବିଭାଗ, ୭ଟି ମୂଲ୍ୟବାନ ପ୍ଲଟ୍ ସହ…

କୋରାପୁଟ: କୋରାପୁଟ ସେମିଳିଗୁଡ଼ା କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭୁବନେଶ୍ବର ଝାରପଡ଼ା ସ୍ଥିତ ଘରେ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ସହ ବିଦେଶୀ ଟଙ୍କା ଓ ସୁନା ଅଳଙ୍କାର ସହ ଭୁବନେଶ୍ବରରେ ୨ଟି ବହୁତଳ କୋଠା ଠାବ ହୋଇଛି । ଏହାସହ ୭ଟି ମୂଲ୍ୟବାନ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ଟିମ୍ ।

୧ କିଲୋଗ୍ରାମ ସୁନା ସହ ୮ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରାଯାଇଛି । ହୀରା ମୁଦି ସହ ୩୦ରୁ ୪୦ହଳ କାନଫୁଲ, ପ୍ରାୟ ୧୦ଟି ସୁନା ଚେନ୍‌, ୧୦ରୁ ଅଧିକ ବଡ଼ ସୁନା ହାର ସହ କାନଫୁଲ, ସୁନା ମୁଦି, ସୁନା କଙ୍କଣ ସହ ପ୍ରାୟ ୮ହଳ ସୁନା ଚୁଡ଼ି, ୧୦ହଳରୁ ଅଧିକ ରୁପା ପାଉଞ୍ଜି, ରୁପା କଏନ୍‌ ଜବତ ହୋଇଛି । ଏହା ସହ ଦାମୀ ଘଣ୍ଟା ବି ରହିଛି ।

ଗୋଟିଏ ଦାମୀ ଚାରି ଚକିଆ ଜବତ କରିଛି ଭିଜିଲାନ୍ସ ବିଭାଗ । ଏହାସହ ଭୁବନେଶ୍ବରରେ ୨ଟି, ଜଗତସିଂହପୁରରେ ୪ଟି ଏବଂ କୋରାପୁଟ ସେମିଳିଗୁଡାରେ ଗୋଟିଏ ମୂଲ୍ୟବାନ କୋଠା ଠାବ ହୋଇଛି ।

୧୯୮୮ ଜାନୁଆରୀ ୨୫ରେ ଫରେଷ୍ଟ ଗାର୍ଡ ଭାବେ କୋରାପୁଟ ଫରେଷ୍ଟ ଡିଭିଜନରେ କାର୍ଯ୍ୟରେ ଯୋଗ ଦେଇଥିଲେ ନିରଞ୍ଜନ ଶତପଥୀ । ସେତେବେଳେ ମାତ୍ର ୬୨୫ ଟଙ୍କା ଥିଲା ତାଙ୍କ ଦରମା ।

Leave A Reply

Your email address will not be published.