Latest Odisha News

BREAKING NEWS

ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ

ଦୁବାଇ: ଆଶେସ ସିରିଜର ୪ର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳା ଯାଇଥିଲା । ଏହି ମ୍ୟାଚ ମାତ୍ର ୨ ଦିନରେ ଶେଷ ହୋଇ ଯାଇଥିଲା । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବେ ଆଇସିସି ଏହି ପିଚକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଏହାକୁ ଗୋଟିଏ ଡେମେରିଟ ପଂଏଟ ଦିଆଯାଇଛି । ଏହା ଆବଶ୍ୟକତାଠାରୁ ଅଧିକ ବୋଲରଙ୍କୁ ସୁହାଇଥିଲା ବୋଲି ମ୍ୟାଚ ରେଫରୀ ଜ୍ୟେଫ କ୍ରୋ ଆସେସମେଂଟ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଯଦି କୌଣସି ପିଚକୁ ୬ ଡିମେରିଟ ପଂଏଟ ମିଳେ ତେବେ ଏଠାରେ ୧୨ ମାସ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବନି । ମେଲବୋର୍ଣ୍ଣରେ ପ୍ରଥମ ଦିବସରେ ୨୦ଟି ଏବଂ ଦ୍ୱିତୀୟ ଦିବସରେ ୧୬ଟି ୱିକେଟନର ପତନ ଘଟିଥିଲା । ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜରେ ୩-୧ରେ ଅଗ୍ରଣୀ ରହି ଅଷ୍ଟ୍ରେଲିଆ ଆଗୁଆ ସିରିଜ ଜିତି ନେଇଛି ।

Leave A Reply

Your email address will not be published.