Latest Odisha News

BREAKING NEWS

‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…

ମୁମ୍ବାଇ: ପ୍ରଭାସଙ୍କ ଅପକମିଂ ଫିଲ୍ମ “ଦି ରାଜା ସାବ”ର ନୂଆ ଟ୍ରେଲର ରିଲିଜ ହେବା ମାତ୍ରେ ହିଁ ଚର୍ଚ୍ଚାରେ ରହିଛି। ଲୋକମାନେ ଏଥିରେ ତାଙ୍କର ଅଦୃଶ୍ୟ ଅବତାର ଦେଖି ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ପ୍ରଭାସଙ୍କ ଶେଷ ଲୁକ୍ ଦମଦାର ହୋଇଛି ଓ ଏହା ଥିଏଟରରେ ହଲଚଲ ସୃଷ୍ଟି କରିଦେବ ବୋଲି ପ୍ରଶଂସକମାନେ ମତ ଦେଇଛନ୍ତି। ତେବେ ଟ୍ରେଲରର ଶେଷ ଭାଗରେ ପ୍ରଭାସଙ୍କ ଜୋକର ପରି ଲୁକ୍ ପ୍ରଶଂସକଙ୍କ ମାନଙ୍କୁ ବେଶ ପସନ୍ଦ ଆସୁଥିବାର ନଜର ଅସିଛି ଓ ରେବେଲ ଷ୍ଟାର ଙ୍କ ଜୋକର ଲୁକ୍ ଅତ୍ୟନ୍ତ ଜୀବନ୍ତ ନଜର ଆସୁଥିବା ନେଇ ସେମାନେ ମତ ଦେଇଛନ୍ତି। ତେବେ ଶେଷ ଭାଗରେ ପ୍ରଭାସଙ୍କ ଲୁକ୍ ପାଇଁ ଲୋକମାନେ କ୍ଲାଇମାକ୍ସ ସଟ୍ ବାରମ୍ବାର ଦେଖୁଛନ୍ତି ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି।ଏଥିସହିତ ପ୍ରଭାସ ପୁନର୍ବାର କିଛି ନୂଆ ଚରିତ୍ରରେ ଅଭିନୟ କରିଥିବାରୁ ପ୍ରଶଂସକ ମାନେ ଏହାକୁ ଖୁବ୍ ପସନ୍ଦ କରୁଥିବା ଦେଖାଯାଉଛି।

ତେବେ ଏହି ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣି ଥରେ ଏକ ନୂଆ ଓ ଚ୍ୟାଲେଞ୍ଜିଂ ଚରିତ୍ରରେ ନଜର ଆସୁଛନ୍ତି। ଯାହା ଦ୍ଵାରା ତାଙ୍କର ଷ୍ଟାରଡମ୍ ବଜାୟ ରହିବ ବୋଲି ଅନେକ ମତ ଦେଉଛନ୍ତି। ଏହି ଫିଲ୍ମର ଟ୍ରେଲରକୁ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ନୂତନ ବର୍ଷର ଉପହାର ବୋଲି କୁହାଯାଉଥିବା ବେଳେ ନୂଆ ପୋଷ୍ଟର, ସିଜଲିଂ ଲୁକ୍ ଏବଂ ଏକ ସମ୍ପୂର୍ଣ୍ଣ ନୂତନ ଥିଏଟର ଅବତାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା କୁହାଯାଉଛି। ତେବେ ଏହି ଫିଲ୍ମ ୯ ଜାନୁଆରୀ ୨୦୨୬ରେ ଥିଏଟରରେ ମୁକ୍ତିଲାଭ କରିବା ନେଇ ନିର୍ମାତା ମାନେ ଘୋଷଣା କରିଛନ୍ତି।

 

Leave A Reply

Your email address will not be published.