Latest Odisha News

BREAKING NEWS

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର: ଡିସେମ୍ବର ୨୦ ତାରିଖରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନରେ ଅବକାରୀ ବିଭାଗ ୫୮୧ଟି ମାମଲା ରୁଜୁ କରିବା ସହ ୫.୧୮ କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରିଛି।

ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ତିନି ଦିନିଆ ଅଭିଯାନରେ ୨୦୦ ଜଣଙ୍କୁ ଗିରଫ କରାଯାଇଛି।ଯେଉଁଥିରେ NDPS ଆଇନ ଅନୁଯାୟୀ ୮ ମାମଲା ରୁଜୁ ହୋଇଛି। ଏଥିସହିତ ବେଆଇନ କାରବାରରେ ଜଡିତ ୧୭ଟି ଗାଡ଼ି ଜବତ କରାଯାଇଛି।

ଜବତ ହୋଇଥିବା ମାଦକ ସାମଗ୍ରୀ ମଧ୍ୟରେ ୨୭,୬୮୯ ଲିଟର ବେଆଇନ ଦେଶୀ ମଦ, ୧୦୯୭ ଲିଟର duty-paid liquor, ୨,୭୩,୮୬୦ ଲିଟର ମହୁଲ ପୋଚ ଏବଂ ୨୯,୦୫୦ କିଲୋ ଗୁଡ଼ ପୋଚ ଅନ୍ତର୍ଭୁକ୍ତ। ଏଥି ସହିତ ଚଢ଼ାଉକାରୀ ଦଳ ୭୨୦ କିଲୋ ମହୁଲି ଫୁଲ ମଧ୍ୟ ଜବତ କରିଛନ୍ତି। ଚଢ଼ାଉ ଅଭିଯାନ ସମୟରେ ୫୨ କିଲୋଗ୍ରାମ ଭାଙ୍ଗ ମଧ୍ୟ ଜବତ କରାଯାଇଛି।

ସେହିପରି ଜବତ ହୋଇଥିବା ବେଆଇନ ନିଶାଦ୍ରବ୍ୟ ମଧ୍ୟରେ ୩୮ କିଲୋଗ୍ରାମ ଗଞ୍ଜେଇ ଏବଂ ୨୫ ଗ୍ରାମ ବ୍ରାଉନସୁଗାର ଅନ୍ତର୍ଭୁକ୍ତ । ଏହା ସହିତ ଅବକାରୀ ଦଳ କୋରାପୁଟ ଏବଂ ମାଲକାନଗିରିରେ ବେଆଇନ ଗଞ୍ଜେଇ ଗଛ ଚାଷ ସହିତ ଜଡିତ ଦୁଇଟି ମାମଲା ରୁଜୁ କରିଛନ୍ତି।

 

Leave A Reply

Your email address will not be published.