ଭୁବନେଶ୍ବର: ଇଂରାଜୀ ନବବର୍ଷ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମଗ୍ର ଓଡ଼ିଶାବାସୀଙ୍କୁ ସତର୍କତାର ସହିତ ସେଲିବ୍ରେସନ କରିବାକୁ ଅନୁରୋଧ କରିଛନ୍ତି ଓଡ଼ିଶା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ।
ନବବର୍ଷ ଅବସରରେ ପୁରୀରେ ଜନସମାଗମକୁ ଧ୍ୟାନରେ ରଖି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଏବଂ ବେଳାଭୂମିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ‘ଜିରୋ ନାଇଟ୍’ ସେଲିବ୍ରେସନ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିର ପରିସରରେ ୭ଟି ସ୍ୱତନ୍ତ୍ର ଦଳ ମୁତୟନ ହେବା ସହ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ର କୂଳରେ ୪୦୦ ଲାଇଫ୍ଗାର୍ଡ ଅଛନ୍ତି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ‘୧୧୨’ ନମ୍ବରକୁ ଡାଏଲ୍ କରନ୍ତୁ। ଏଥିସହ ସତର୍କ ରୁହନ୍ତୁ ଓ ନବବର୍ଷକୁ ସୁରକ୍ଷିତ ଭାବେ ପାଳନ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।