Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ରୋକିବାକୁ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆ ପାଇଁ ତତପରତା ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆରେ ହେଉଥିବା ସମସ୍ତ ବିକାଶ କାର୍ଯ୍ୟର ତଦାରଖ କରିବାକୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲା କୋଟିଆକୁ ନିଜର ଦର୍ଶାଇ ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳର ସରକାରୀ ଅଧିକାରୀ ପ୍ରାୟ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିଆସୁଛନ୍ତି । ସ୍ଥାନୀୟ ଲୋକଙ୍କୁ ତାଙ୍କ ସପକ୍ଷରେ ରହିବା ପାଇଁ କିଛି ଦିନ ତଳେ ଫାଟୁସିନେରିରେ ବୈଠକ କରିବା ସହିତ ସେଠାରେ ଲାଗି ଥିବା ଓଡିଆ ବୋର୍ଡ ଗୁଡିକୁ ଉପାଡି ଫିଙ୍ଗି ଦେଇଥିଲେ । ଏହା ପରେ ପଟାଙ୍ଗୀ ବ୍ଳକ ପ୍ରଶାସନ ତତ୍ପର ହୋଇ ଉଠିଥିଲା ।

ତେବେ ଡିସେମ୍ବର ୨୯ ତାରିଖରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ ଅଫିସର ସୌରଭକାନ୍ତ ଦାଶଙ୍କୁ ନିଯୁକ୍ତ କରାଯାଇଛି । ସେଭଳି ଆନ୍ଧ୍ର ଅକଧିକାରୀଙ୍କ ଅନୁପ୍ରବେଶ ରୋକିବା ପାଇଁ ପଟାଙ୍ଗି ବିଡିଓ ରାମକୃଷ୍ଣ ନାଏକ ୬ ଜଣ ସ୍ଥାନୀୟ ଯୁବକଙ୍କୁ ଏଜେଣ୍ଟ ଭାବେ ନିଯୁକ୍ତ କରିଛନ୍ତି ।

କୋଟିଆ ପଞ୍ଚାୟତର ଫାଟୁସିନେରି ଓ ନେରେଡିବାଲସା ଗାଁର ୬ ଜଣ ସ୍ଥାନୀୟ ଯୁବକଙ୍କୁ ସ୍ୱେଚ୍ଛାସେବୀ ଭାବେ ନିଯୁକ୍ତ କରାଯାଇଛି । ସେମାନେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ନଜର ରଖି ବ୍ଳକ ପ୍ରଶାସନକୁ ଖବର ଦେବେ ।

Leave A Reply

Your email address will not be published.