Latest Odisha News

BREAKING NEWS

Fraud Government Jobs: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ

ନୂଆଦିଲ୍ଲୀ: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ। ଭାରତର ବିଭିନ୍ନ ରାଜ୍ୟ ସମେତ ୧୫ଟି ସ୍ଥାନରେ ତଲାସୀ ଜୋରଦାର। ବିହାରର ୩ଟି, ପଶ୍ଚିମବଙ୍ଗର ୨ଟି, କେରଳର ୪ଟି ସ୍ଥାନରେ ଚାଲିଛି ରେଡ୍। ସେହିପରି ଉତ୍ତର ପ୍ରଦେଶର ୪ଟି ଏବଂ ତାମିଲନାଡୁ ଓ ଗୁଜରାଟରେ ଚଢାଉ ଜାରି ରହିଛି। ବିହାରର ମୁଜାଫରପୁର ଓ ମୋତିହାରୀରେ ଚଢାଉ ଜୋରଦାର ଚାଲିଛି।

ପଶ୍ଚିମବଙ୍ଗର କୋଲକାତା ଓ ତାମିଲନାଡୁର ଚେନ୍ନାଇ, କେରଳର ଏର୍ଣ୍ଣାକୁଲମ୍, ପଣ୍ଡାଲମ୍, ଆଡୋର୍ ଓ କୋଡୁରରେ ଏକକାଳୀନ ଚଢାଉ ଜାରି ରହିଛି। ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ EDର ରେଡ୍ ଚାଲିଛି, ଯାହା ଦ୍ୱାରା ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ ଏକ ସଂଗଠିତ ଗ୍ୟାଙ୍ଗ ବିରୁଦ୍ଧରେ ନିଆଯାଉଛି, ଯିଏ ନକଲି ନିଯୁକ୍ତି ପତ୍ର ଏବଂ କଲ୍ ଲେଟର ମାଧ୍ୟମରେ ବେକାର ଯୁବକମାନଙ୍କୁ ଠକୁଥିଲା।

ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ଭାରତୀୟ ରେଳ ସମେତ ପ୍ରାୟ ୪୦ଟି ସରକାରୀ ବିଭାଗରେ ଚାକିରି ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରୁଥିଲା। ସେମାନେ ଯୁବକମାନଙ୍କ ବିଶ୍ୱାସ ହାସଲ କରିବା ପାଇଁ ନକଲି ଡକ୍ୟୁମେଣ୍ଟ ଏବଂ ନକଲି ଇମେଲ୍ ଆଇଡି ବ୍ୟବହାର କରିଥିଲେ, ଯାହା ଫଳରେ ଏହି ଠକେଇ ଦୀର୍ଘ ସମୟ ଧରି ଜାରି ରହିଲା।

ଇଡିର ତଦନ୍ତ ଅନୁଯାୟୀ, ଏହି ଠକ ଗ୍ୟାଙ୍ଗ ରେଳବାଇ ବ୍ୟତୀତ ଡାକ ବିଭାଗ, ବନ ବିଭାଗ, ଟିକସ ବିଭାଗ, ହାଇକୋର୍ଟ, ପବ୍ଲିକ୍ ୱାର୍କସ୍ ବିଭାଗ, ବିହାର ସରକାର, ଡିଡିଏ ଏବଂ ରାଜସ୍ଥାନ ସଚିବାଳୟ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ନାମରେ ଲୋକଙ୍କୁ ଠକୁଥିଲା। ଯୁବକମାନଙ୍କୁ RPF, TTE ଏବଂ ରେଳ ଟେକ୍ନିସିଆନ୍ ଭଳି ପଦବୀରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରାଯାଇଥିଲା।

ଏହି ଗ୍ୟାଙ୍ଗର ସବୁଠାରୁ ବଡ଼ କୌଶଳ ଥିଲା ନକଲି ଇମେଲ୍ ଆକାଉଣ୍ଟ୍ ସୃଷ୍ଟି କରୁଥିଲା, ଯାହା ଏକ ପ୍ରକୃତ ସରକାରୀ ବିଭାଗର ପରି ମନେ ହେଉଥିଲା। ଏହି ଇମେଲ୍ ଆଇଡି ବ୍ୟବହାର କରି ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପତ୍ର ଏବଂ କଲ୍ ଲେଟର୍ ପଠାଯାଉଥିଲା, ଯାହା ଠକେଇ ହେବାର କୌଣସି ସନ୍ଦେହ ସୃଷ୍ଟି କରୁନଥିଲା।

Leave A Reply

Your email address will not be published.