ପୁରୀ: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ । ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆ ଯାଉଛି । ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ ଆସୁନାହାନ୍ତି । ଯେଉଁମାନେ ଚାରିଚକିଆ ଗାଡ଼ି ଆଣି ଆସୁଛନ୍ତି ସେମାନେ ଦିନକୁ ୫୦୦ଟଙ୍କା ପାର୍କିଂ ଫି ଦେବେ ।
ଆହୁରି ସେ କହିଛନ୍ତି, ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ । ଭକ୍ତମାନେ ଚାହିଁଲେ ଅନ୍ୟ ପାର୍କିଂ ସ୍ଥଳରେ ଗାଡ଼ି ରଖି ଭକ୍ତ ନିବାସରେ ରହି ପାରିବେ ।
ସୂଚନାନୁଯାୟୀ, ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମ ଥର ପାଇଁ ଏହି ପାର୍କିଂ ଫି ଲାଗୁ ହୋଇଛି। ଶ୍ରଦ୍ଧାଳୁମାନେ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ । ଏହି ୫୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ GST ଅନ୍ତର୍ଭୁକ୍ତ କରାଯାଇଛି ।