Latest Odisha News

BREAKING NEWS

ସ୍ଲିପର୍ କୋଚ୍ ବସ୍ ପାଇଁ ନୂଆ ନିୟମ; ମନା ଇଚ୍ଛା କରିପାରିବେନି…

ନୂଆଦିଲ୍ଲୀ: ସ୍ଲିପର କୋଚ୍ ବସ୍‌ରେ ଲଗାତାର ଅଗ୍ନିକାଣ୍ଡ ଘଟିବା ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ସମସ୍ତ ଗାଡ଼ି ଗୁଡିକ ପାଇଁ କିଛି ନୂଆ ଓ କଠୋର ନିୟମମାନ ଘୋଷଣା କରିଛନ୍ତି।

ଗତ ଛଅ ମାସ ମଧ୍ୟରେ ବସ୍‌ ଅଗ୍ନିକାଣ୍ଡ ଯୋଗୁଁ ୧୪୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ନୂତନ ନିୟମ ଅନୁଯାୟୀ, କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଟୋମୋବାଇଲ୍ କମ୍ପାନୀ ଗୁଡ଼ିକ ହିଁ ସ୍ଲିପର କୋଚ୍ ବସ୍‌ ନିର୍ମାଣ କରିପାରିବେ। ପୂର୍ବରୁ ଚାଲୁଥିବା ବସ୍‌ଗୁଡ଼ିକରେ ଅଗ୍ନି ଚିହ୍ନଟ ବ୍ୟବସ୍ଥାକୁ ସରକାର ବାଧ୍ୟତାମୂଳକ କରିଦେଇଛନ୍ତି ଓ ଜରୁରୀକାଳୀନ ଲାଇଟ୍ ଏବଂ ଡ୍ରାଇଭର ନିଦ୍ରା ଆଲର୍ଟ ସିଷ୍ଟମ୍, କିମ୍ବା ADAS ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ଗୁଡ଼ିକରେ ଜରୁରୀକାଳୀନ ପ୍ରସ୍ଥାନ ବାଧ୍ୟତାମୂଳକ କରାଯାଇଛି। ତେବେ ପ୍ରତ୍ୟେକ ସ୍ଲିପର ବସ୍‌ରେ ଏକ ଜରୁରୀକାଳୀନ ହାମର ମଧ୍ୟ ରଖାଯିବ। ଯାହା ଦ୍ୱାରା ଯାତ୍ରୀମାନେ ଦୁର୍ଘଟଣା ସମୟରେ ସେହି ସ୍ଥାନରୁ ଶୀଘ୍ର ବାହାରିପାରିବେ ଏବଂ ନିଜର ଜୀବନ ବଞ୍ଚାଇପାରିବେ। ଅନେକ ବସ୍‌ ଗୁଡିକ ଅବହେଳା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିବା ତଦନ୍ତରୁ ଜଣାପଡ଼ିଥିବା ନେଇ କହିଛନ୍ତି ନୀତିନ ଗଡକରି। ଏଥିସହିତ ବନ୍ଦ କିମ୍ବା ଅତ୍ୟନ୍ତ ସଂକୀର୍ଣ୍ଣ ପ୍ରସ୍ଥାନ ଓ ଅଗ୍ନି ନିରାପତ୍ତା ଉପକରଣର ଅଭାବ ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଥିବା କହିଛନ୍ତି।

ସମସ୍ତ ସ୍ଲିପର୍ ବସ୍‌ଗୁଡ଼ିକୁ AIS-୦୫୨ ବସ୍ ବଡି କୋଡ୍ ପାଳନ କରିବାକୁ ପଡ଼ିବ ଯାହାକୁ ୧ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହୋଇସାରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।  ଏହି ମାନଦଣ୍ଡ ପାଳନ କରୁନଥିବା ବସ୍‌ଗୁଡ଼ିକୁ ଚାଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି ମଧ୍ୟ କୁହାଯାଇଛି। ଏହି ନୂତନ ନିୟମଗୁଡ଼ିକ ସ୍ଲିପର୍ ବସ୍ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ଓ ଏହାଦ୍ବାରା ଅଗ୍ନିକାଣ୍ଡ ଭଳି ଘଟଣାଗୁଡ଼ିକୁ ଭବିଷ୍ୟତରେ ରୋକା ଯାଇପାରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.