Latest Odisha News

BREAKING NEWS

Kasuri confesses LeT-Army Ties: ପୁଣି ପାକିସ୍ତାନ ସେନାଙ୍କ ପୋଲ ଖୋଲିଲା ଆଉ ଜଣେ ଆତଙ୍କୀ, ଅପରେସନ ସିନ୍ଦୂର ନେଇ କଲା ବଡ଼ ଖୁଲାସା…

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। କାର୍ଯ୍ୟକଳାପରୁ ଆସୁନି ବାଦ୍। ବିଶ୍ଵ ଆଗରେ ଆତଙ୍କୀ କାର୍ଯ୍ୟକଳାପକୁ ବିରୋଧ କରୁଥିବା ପାକିସ୍ତାନ, ପଛରେ କିନ୍ତୁ ଆତଙ୍କବାଦୀ ସହ ହାତ ମିଳାଇ ତାର ମନ୍ଦ କାର୍ଯ୍ୟକଳାପ ଜାରି ରଖିଛି। ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ସମ୍ପର୍କ ଥିବା ନେଇ ବହୁ ଦିନ ଧରି ଅଭିଯୋଗ ହୋଇଆସୁଛି।ଏନେଇ ଅନେକ ଥର ସତ ସମ୍ନାକୁ ଆସିଥିବା ବେଳେ, ଏବେ ଆଉ ଜଣେ ଆତଙ୍କବାଦୀ ନିଜେ ଏନେଇ ପର୍ଦ୍ଦଫାସ କରିଛି। ଏକ ସାମ୍ପ୍ରତିକ ବଡ଼ ଖୁଲାସାରୁ ଜଣାପଡ଼ିଛି ଯେ ପାକିସ୍ତାନୀ ସେନା କିପରି ଆତଙ୍କବାଦୀଙ୍କୁ ନିମନ୍ତ୍ରଣ କରେ ଏବଂ ପ୍ରଲୋଭିତ କରେ। ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଲସ୍କର-ଏ-ତୈବା (LeT)ର ଜଣେ ଶୀର୍ଷ ନେତା ଖୋଲାଖୋଲି ଭାବରେ ପାକିସ୍ତାନ ସେନା ସହିତ ସଂଗଠନର ସମ୍ପର୍କ ସ୍ୱୀକାର କରିଛନ୍ତି।

ହାଫିଜ୍ ସଇଦ ନେତୃତ୍ୱାଧୀନ ସଂଗଠନର ଉପମୁଖ୍ୟ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ କହିଛି ଯେ କିପରି ତାକୁ ସାମରିକ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ସୈନିକଙ୍କ ଶବଦାହ ପ୍ରାର୍ଥନା ପାଇଁ ମଧ୍ୟ ପାକିସ୍ତାନୀ ସେନା ନିୟମିତ ଭାବରେ ନିମନ୍ତ୍ରଣ କରିଥାଏ। ଆଶ୍ଚର୍ଯ୍ୟର କଥା, ପାକିସ୍ତାନର ଏକ ସ୍କୁଲ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସମ୍ବୋଧିତ କରିବା ସମୟରେ ସୈଫୁଲ୍ଲା କସୁରୀ ଏହି ମନ୍ତବ୍ୟ ଦେଇଥିଲା। ସୈଫୁଲ୍ଲା ମଧ୍ୟ ଦାବି କରିଥିଲେ ଯେ ଭାରତ ତାଙ୍କ ଉପସ୍ଥିତିରେ ଭୟଭୀତ ହୋଇଥିଲା ଏବଂ ନୂଆଦିଲ୍ଲୀ ବିରୁଦ୍ଧରେ ଉତ୍ତେଜନାମୂଳକ ଧମକ ଦେଇଥିଲା।

କସୁରୀ ପୂର୍ବରୁ ସ୍ୱୀକାର କରିଥିଲା ଯେ ଭାରତର ଅପରେସନ ସିନ୍ଦୁର ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିଥିଲା ଏବଂ ଦାବି କରିଥିଲେ ଯେ ଭାରତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିବାରେ ଭୁଲ କରିଥିଲା। ସେ ଖୋଲାଖୋଲି ଭାବରେ କାଶ୍ମୀର ଉପରେ ସଂଗଠନର ଧ୍ୟାନକୁ ପୁନର୍ବାର ଦୋହରାଇ କହିଥିଲା ଯେ ଏହି ଗୋଷ୍ଠୀ କେବେବି ତା’ର କାଶ୍ମୀର ମିଶନରୁ ପଛକୁ ହଟିବ ନାହିଁ। ଏକ ଭିଡିଓରେ, କସୁରୀକୁ କହୁଥିବା ଶୁଣାଯାଇଥିଲା, “ଅପରେସନ ସିନ୍ଦୁରରେ କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଭାରତ ଏକ ବଡ଼ ଭୁଲ କରିଛି।”

ଲସ୍କର-ଏ-ତୈବାର ଉପମୁଖ୍ୟ ପୂର୍ବରୁ ଏକ ରାଲିରେ କହିଥିଲା ଯେ ସେ ପ୍ରସିଦ୍ଧ ହୋଇଯାଇଅଛି କାରଣ ତା ଉପରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଭୂମିକା ଗ୍ରହଣ କରିବାର ଅଭିଯୋଗ ଲଗାଯାଉଥିଲା। ପଞ୍ଜାବ ପ୍ରଦେଶର କସୁରରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଥିଲା, “ମୋ ଉପରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଭୂମିକା ଗ୍ରହଣ କରିବାର ଅଭିଯୋଗ ହୋଇଥିଲା; ଏବେ ମୋର ନାମ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଛି।”

Leave A Reply

Your email address will not be published.