ପୁରୀ:ଜଳିଗଲା ପୋଲିସ ଦ୍ବାରା ସିଜ୍ ହୋଇଥିବା ୨୦ରୁ ଅଧିକ ବାଇକ୍ । ପୁରୀର ପୁରୁଣା ସଦରଥାନା ଛକ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ କିଭଳି ଘଟିଲା ସେନେଇ କାରଣ ଅସ୍ପଷ୍ଟ ରହିଛି ।
ତେବେ ଘଟଣାସ୍ଥଳ ନିକଟରେ ଏକ ମଦ ଦୋକାନ ଥିବାରୁ କେହି ଲୋକ ସେଠାରେ ମଦ୍ୟପାନ କରି ସିଗାରେଟ୍ ଲଗାଇ ଜଳନ୍ତା ସିଗାରେଟ୍ ଫୋପାଡି ଦେବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଅଗ୍ନିକାଣ୍ଡରେ କାହାର କିଛି କ୍ଷଟି ହୋଇ ନାହିଁ । ପୋଲିସ ଦ୍ବାରା ସିଜ୍ ହୋଇଥିବା ୨୦ରୁ ଅଧିକ ବାଇକ୍ ଜଳିଯାଇଛି ।