ବାଲେଶ୍ବର: ଡ୍ୟୁଟି କରୁଥିବାବେଳେ ବେଳେ ଜଣେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ହୋମଗାର୍ଡ ଜଣକ କେନ୍ଦୁଝର ନନ୍ଦିପଦାର ଅଲେଖ ଜେନା ବୋଲି ଜଣାପଡିଛି । ବାଲେଶ୍ଵର ଡିଆରଡିଓ ଆଇଟିଆରରେ କାର୍ଯ୍ୟରତ ଥିଲେ ଅଲେଖ ଜେନା ।
ଡ୍ୟୁଟି କରୁଥିବାବେଳେ ହଠାତ୍ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ହୃଦଘାତରେ ଅଲେଖଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।