Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ଭାରତର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ଭଦୋଦରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ୫ ଓଭର ବୋଲିଂ କରିବା ପରେ ସେ ପଡିଆ ବାହାରକୁ ପଳାଇ ଯାଇଥିଲେ । ଏହା ସତ୍ୱେ ସେ ବ୍ୟାଟିଂ କରିବାକୁ ଆସିଥିଲେ । ମ୍ୟାଚ ପରେ କେଏଲ ରାହୁଲ କହିଛନ୍ତି ଯେ, ତାଙ୍କ ମାଂସପେଶୀଜନିତ ଆଘାତ ସମସ୍ୟା ଗୁରୁତର ହୋଇଥିବ ବୋଲି ଆମେ ଜାଣି ନ ଥିଲୁ । ଭାଗ୍ୟ ଭଲ ୱାଶିଂଟନ ବ୍ୟାଟିଂ କରିବାକୁ ଆସିଲା ବେଳେ ତାଙ୍କ ଉପରେ ରନରେଟର ଚାପ ପ ନଥିଲା । ସେ ରନ ରୋଟେଟ କରି ନିଜ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ ।

ରାହୁଲ ଓ ସୁନ୍ଦର ୧୬ ବଲରେ ୨୭ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ ସଂଗ୍ରହ କରିଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଭାରତ ୪ ୱିକେଟରେ ଜିତିି ନେଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଅବସରରେ ଭାରତର ୩ଜଣ ଖେଳାଳି ଆଘାତପ୍ରାପ୍ତ ହୋଇଛନ୍ତି । ସୁନ୍ଦରଙ୍କ ପୂର୍ବରୁ ରିଷଭ ପନ୍ତ ଓ ତିଳକ ବର୍ମା ମଧ୍ୟ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି ।

Leave A Reply

Your email address will not be published.