ରାୟଗଡା: ରାୟଗଡ଼ା ଜିଲ୍ଲା ପୋଲିସ କନଷ୍ଟେବଳ ଓ ହାବିଲଦାର ସଂଘ ନିର୍ବାଚନ ବିଜୟ ଉତ୍ସବରେ ଅଘଟଣ। ବାଣ ଫୁଟି କନଷ୍ଟେବଳ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।
ଆହତ କନେଷ୍ଟବଳ ଜଣକ ହେଲେ କୃଷ୍ଣଚନ୍ଦ୍ର ବାଗ(ବନି)। କୃଷ୍ଣଚନ୍ଦ୍ରଙ୍କୁ ସାଥୀ କନେଷ୍ଟବଳମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା। ହେଲେ କୃଷ୍ଣଚନ୍ଦ୍ରଙ୍କ ଏକ ହାତ ଗୁରୁତର ହୋଇଥିବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଉଥିବା ଥିବା ସୂଚନା ମିଳିଛି ।
ସୂଚନାଥାଉକି,ଦୁଇ ଦିନ ତଳେ ରାୟଗଡ଼ା ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ହୋଇଥିଲା । ଏଥିରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ବୁଧବାର ସନ୍ଧ୍ୟାରେ ମଝିଘରିଆଣୀ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରା ଯିବା ସମୟରେ ଏଫସିଆଇ ରାସ୍ତାରେ ବାଣ ଫୁଟାଇବାବେଳେ ଅସାବଧାନତା ଯୋଗୁଁ ହାତରେ ବାଣ ଫୁଟି ଥିଲା ।