Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…

ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଓ ପ୍ରଭାସ ଏବଂ ତୃପ୍ତି ଡିମିରି ଅଭିନୀତ ଫିଲ୍ମ “ସ୍ପିରିଟ୍” ର ରିଲିଜ ଡେଟ୍ ଘୋଷଣା ହୋଇଯାଇଛି। ତେବେ ୨୦୨୬ର ପ୍ରଥମ ଦିନ ଅର୍ଥାତ୍ ନବବର୍ଷ ଦିନ, ନିର୍ମାତାମାନେ ଏହାର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ। ତେବେ ପୋଷ୍ଟରରେ ପ୍ରଭାସ ଏବଂ ତୃପ୍ତିଙ୍କ ଫୋଟୋ ଦେଖି ପ୍ରଶଂସକ ମାନେ ଏହାର ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ।

ଏଥିସହିତ ପୋଷ୍ଟରରେ ପ୍ରଭାସଙ୍କ ପିଠିରେ ଅନେକ ବ୍ୟାଣ୍ଡେଜ ଲାଗିଥିବା ବେଳେ ତୃପ୍ତି ପ୍ରଭାସଙ୍କ ପାଇଁ ସିଗାରେଟ୍ ଜଳାଉଥିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ତେବେ ଏହି ଫିଲ୍ମରେ ପ୍ରଭାସ ଲମ୍ବା କେଶ ଏବଂ ଦାଢ଼ି ରଖିଥିବା ସହ ଗୋଟିଏ ହାତରେ ଏକ ୱାଇନ୍ ଗ୍ଲାସ୍ ଧରିଛନ୍ତି। ଏଥିସହିତ ତୃପ୍ତି ଏକ ଧୂସର ରଙ୍ଗର ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି।

ତେବେ ଶୁକ୍ରବାର ଦିନ “ସ୍ପିରିଟ୍”ର ନିର୍ମାତାମାନେ ଏକ ପୋଷ୍ଟର ସେୟାର କରି ଫିଲ୍ମଟି ୫ ମାର୍ଚ୍ଚ ୨୦୨୭ରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଛନ୍ତି। “ଆନିମଲ୍” ଫିଲ୍ମ ବ୍ଲକବଷ୍ଟର ହେବାପରେ ପ୍ରଯୋଜକ ଭୂଷଣ କୁମାର ଏବଂ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ପୁଣି ଥରେ ଏକ ସାଙ୍ଗରେ ଏହି ଫିଲ୍ମରେ କାମ କରିଛନ୍ତି। ଏହି ଫିଲ୍ମକୁ ସନ୍ଦୀପ ରେଡ୍ଡୀ ଭାଙ୍ଗା ଲେଖିଥିବା ବେଳେ ଭୂଷଣ କୁମାର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଣୟ ରେଡ୍ଡୀ ଭାଙ୍ଗା, କ୍ରିଷନ କୁମାର ଏବଂ ପ୍ରଭାକର ରେଡ୍ଡୀ ଭାଙ୍ଗା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ଵ ତୁଲାଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.