Latest Odisha News

BREAKING NEWS

୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ

ଭୁବନେଶ୍ବର: ଓଡ଼ିଶାର ୧୦ଟି ଜିଲ୍ଲାରେ ଆରମ୍ଭ ହେଲା ନାରୀ ଅଦାଲତ । ଏହାର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଆଜିଠାରୁ ୭ ଦିନ ଭାବରେ ନାରୀ ଅଦାଲତ କାର୍ଯ୍ୟକ୍ରମ କରାଯିବ । ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗାଁରେ ମେଡିଏସନ୍ ସେଣ୍ଟର ସୃଷ୍ଟି ହେବ । ଗାଁରେ ନ୍ୟାୟାଳୟ ଚାଲିବ । ମହିଳା ମାନେ ଏହାକୁ ପରିଚାଳିତ କରିବେ ।

୭ରୁ ୮ଜଣ ସଖି ଭାବରେ କାର୍ଯ୍ୟ କରିବେ । ନ୍ୟାୟ ଶକ୍ତି ଭାବରେ ତାଙ୍କୁ ମାନ୍ୟତା ଦିଆଯିବ । କେମିତି ମାମଲା ଗୁଡ଼ିକର ସମାଧାନ ହେବ ସେଥିପାଇଁ ତାଙ୍କୁ ଟ୍ରେନିଂ ଦିଆଯିବ । ମହିଳା ଓ ଶିଶୁଙ୍କ ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ଶିଶୁ କନ୍ୟା ସପ୍ତାହ ପାଳନର ଶୁଭାରମ୍ଭ । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିବା ବେଳେ ୧୦ଟି ଜିଲ୍ଲାର ବରିଷ୍ଠ ଅଧିକାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.