Latest Odisha News

BREAKING NEWS

Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା

ଭୁବନେଶ୍ବର:ଘରୋଇ ଗ୍ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିଛି ବେଦାନ୍ତ କଳିଙ୍ଗ ଲାନସର୍ସ ଦଳ(Vedanta Kalinga Lancers)। ଟେବୁଲ ଟପ୍ପର ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL)ର ଭୁବନେଶ୍ୱର ପର୍ଯ୍ୟାୟରେ SG ପାଇପର୍ସଙ୍କୁ ୬-୧ ଗୋଲରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି । ଏଥିସହ ଚଳିତ ସିଜନରେ ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରଥମ ଦଳ ହୋଇଛି କଳିଙ୍ଗ ।


ସୂଚନାଥାଉକି, କଳିଙ୍ଗ ଟିମ୍ ଶନିବାର ଦିନ ନିଜର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳିଥିଲା ଓ ଏଥିସହ ହକି ଇଣ୍ଡିଆ ଲିଗ୍ ର ଚଳିତ ସିଜନରେ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି ।

 


SG ପାଇପର୍ସ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ବବି ସିଂହ ଧାମିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି । କଳିଙ୍ଗ ପକ୍ଷରୁ କୁପର ବର୍ନ୍ସ (୮’, ୨୩’) ଏବଂ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୩୯’, ୫୬’) ପ୍ରତ୍ୟେକେ ଦୁଇଟି ଲେଖାଏଁ ଗୋଲ କରିଥିଲେ । ଏଥିସହ କ୍ରେଗ୍ ମାରିସ୍ (୧୦’) ଏବଂ ଅଙ୍ଗଦ ସିଂହ (୫୪’) ଗୋଟିଏ ଲେଖାଏଁ ଗୋଲ ଦେଇ କଳିଙ୍ଗ ଟିମ୍ କୁ ବିଜୟ ସ୍ବାଦ ଚଖେଇଛନ୍ତି । ବିପକ୍ଷ ଦଳ ପାଇପର୍ସ ପକ୍ଷରୁ କେୱାଇ ୱିଲିଅଟ୍ ଏକମାତ୍ର ଗୋଲ ସ୍କୋର କରିଥିଲେ।

 

ଏଥିସହ ପୁଣି ରବିବାର ସନ୍ଧ୍ୟାରେ ୭:୩୦ରେ ନିଜର ଘରୋଇ ଗ୍ରାଉଣ୍ଡ ଭୁବନେଶ୍ବରରେ କଳିଙ୍ଗ ଲାନ୍ସର୍ସ ତାମିଲନାଡୁ ଡ୍ରାଗନ୍ସ ସହିତ ମୁକାବିଲା କରିବ। ବର୍ତ୍ତମାନ ତାମିଲନାଡୁ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆହୁରି ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୫:୦୦ ଟାରେ ଏସଜି ପାଇପର୍ସ ଶ୍ରାଚି ବେଙ୍ଗଲ ଟାଇଗର୍ସ ସହିତ ମୁକାବିଲା କରିବ ।

ତେବେ ହିରୋ ହକି ଇଣ୍ଡିଆ ଲିଗର ସମସ୍ତ ମ୍ୟାଚ୍ ସୋନି ସ୍ପୋର୍ଟସ୍ ଟେନ୍ ୧, ସୋନି ସ୍ପୋର୍ଟସ୍ ଟେନ୍ ୩ ଏବଂ ଡିଡି ସ୍ପୋର୍ଟସ୍ ରେ ସିଧା ପ୍ରସାରଣ କରାଯାଉଛି । ମ୍ୟାଚ୍ ଗୁଡ଼ିକ ୱେଭ୍ସ ଏବଂ ହକି ଇଣ୍ଡିଆ ଲିଗ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ଦେଖିପାରିବେ ଦର୍ଶକ ।

 

Leave A Reply

Your email address will not be published.