ବାର୍ସେଲୋନା: ଦକ୍ଷିଣ ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟି ୨୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ଦେଖିଲେ ବାହାନଗାର ଚିତ୍ର ସାମ୍ନାକୁ ଆସିଯାଉଛି । ଏକ ହାଇସ୍ପିଡ ଟ୍ରେନ ଟ୍ରାକରେ ଆସୁଥିବା ବେଳେ ହଠାତ ଲାଇଚ୍ୟୁତ ହୋଇ ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
ରେଳ ଅପରେଟର ଆଦିଫ୍ ଅନୁଯାୟୀ, ମାଲାଗା ଏବଂ ମାଡ୍ରିଡ ମଧ୍ୟରେ ଚାଲୁଥିବା ଏକ ସନ୍ଧ୍ୟାକାଳୀନ ଟ୍ରେନ ୩୦୦ ଯାତ୍ରୀଙ୍କୁ ନେଇ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ୪୫ ମିନିଟରେ କର୍ଡୋବା ନିକଟରେ ଲାଇନଚ୍ୟୁତ ହୋଇଥିଲା । ଏହାପରେ ଅନ୍ୟ ଏକ ଟ୍ରେନ ମାଡ୍ରିଡରୁ ଦକ୍ଷିଣ ସ୍ପେନିସ ସହର ହୁଏଲଭାକୁ ଆସୁଥିବା ବେଳେ ତାକୁ ଧକ୍କା ଦେଇଥିଲା । ଏହି ଟ୍ରେନରେ ୨୦୦ ଯାତ୍ରୀ ଥିବା ସୂଚନା ରହିଛି ।
ଏହି ସମୟ ଭିତରେ ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏଣ୍ଟେଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଟ୍ରେନ ଦୁର୍ଘଟଣାରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ । କେଉଁ କାରଣ ଯୋଗୁଁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ । ଲାଇନଚ୍ୟୁତ ହୋଇଥିବା ଟ୍ରେନଟି ମତ୍ର ୪ ବର୍ଷ ପୁରୁଣା । ଟ୍ରେନଟି ଘରୋଇ କମ୍ପାନୀ ଇରିଓ ତିଆରି କରିଥିଲା । ଦ୍ବିତୀୟ ଟ୍ରେନଟିକୁ ସ୍ପେନର ପବ୍ଲିକ କମ୍ପାନୀ ରେନଫେର କରିଥିଲା, ଯାହା ଅଧିକ କ୍ଷତି ହୋଇଛି ।