Latest Odisha News

BREAKING NEWS

ବିଡ଼ିଓଙ୍କୁ ମାଡ଼ ଘଟଣା: ଚାରି ଅଟକ

ନୂଆପଡ଼ା: ଆଜି ଜଣେ ବିଡ଼ିଓଙ୍କୁ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୂଆପଡା BDO ରୋହିତ କୁମାର ଭୋଇ ନିଜ କାର୍ଯ୍ୟାଳୟରେ ଥିବା ବେଳେ କିଛି ଦୁର୍ବୁତ୍ତ ଆସି କିଛି ଘଟଣାକୁ ନେଇ ବିଡିଓଙ୍କୁ ଆକ୍ରମଣ କରିଥିଲେ। ପରେ ଘଟଣାର ଖବର ପାଇ ନୂଆପଡା ପୋଲସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ପରେ ବ୍ଲକ କର୍ମଚାରୀ ମାନଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ମାନେ ଧାରଣାରେ ବସି ଦୋଷୀ ଦୁର୍ବୁତ୍ତ ମାନଙ୍କ ଗିରଫ ଦାବି କରିଥିଲେ।

ବର୍ତ୍ତମାନ ନୂଆପଡ଼ା ପୋଲିସ ଚାରିଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ନୂଆପଡା SDPO ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଆଜି ସକାଳେ କିଛି ଯୁବକ ଭଇଁସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ଲାଗି ରହିଥିଲା ବିବାଦରେ ବିଡ଼ିଓଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ବିଡ଼ିଓଙ୍କୁ ଅତର୍କିତ ଆକ୍ରମଣ କରିଥିବା ସୂଚନା ମିଳିଥିଲା। ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ମାନଙ୍କ ଧାରଣା ପରେ ନୂଆପଡା ପୋଲିସ ଚାରି ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.