ଭଦ୍ରକ: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା । ମେଡିକାଲ ବାଥରୁମ୍ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଚମ୍ପଟ ମାରିଛି । ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ନବଜାତ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା’କୁ ଠାବ କରାଯାଇନାହିଁ ।
ସୂଚନାଥାଉକି, ଜିଲା ମୁଖ୍ୟ ଡାକ୍ତରଖାନାର ମହିଳା ୱାର୍ଡର ଜରା ରୋଗୀ ୱାର୍ଡରେ କେହି ଜଣେ ମହିଳା ବାଥରୁମ୍ରେ ଶିଶୁ ଜନ୍ମ କରି ଛାଡ଼ି ପଳାଇଯାଇଛନ୍ତି। ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ବାଥରୁମ୍ ଯାଇଥିବା ବେଳେ ନବଜାତ ଶିଶୁକୁ ଦେଖିଥିଲେ ଓ ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ । ତେବେ କିଏ କେଉଁ ପରିସ୍ଥିତିରେ ନବଜାତକୁ ଛାଡି ପଳାଇଛନ୍ତି, ସେ ନେଇ ମେଡିକାଲ କତ୍ତୃପକ୍ଷ ତଦନ୍ତ କରୁଛନ୍ତି ।