Latest Odisha News

BREAKING NEWS

ରାଜ୍ୟରେ ପ୍ରଥମ ଥର ଜେଲରେ ଲାଗିଲା AI କ୍ୟାମେରା, କଏଦୀଙ୍କ ଫେରାର ରୋକିବା ସହ ଜେଲ୍ ଭିତରକୁ…

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇ ଜେଲରେ ଲାଗିଲା AI କ୍ୟାମେରା । ଢେଙ୍କାନାଳ ଜେଲରେ ସଫଳ ହେଲା ପରୀକ୍ଷଣ । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ଲଗାଇବାକୁ ଯୋଜନା । ପ୍ରତି ଜେଲରେ ୧୬ଟି ଲେଖାଏଁ ଲଗାଇବାକୁ ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟ ସଫଳ ପରିକ୍ଷଣ ପରେ ଆଗକୁ ଅନ୍ୟ ଜେଲରେ ଲାଗିବ । ଫଳରେ ଆଗକୁ କଏଦୀଙ୍କ ଫେରାର ରୋକାଯାଇ ପାରିବ ।

ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ । ଏପରିକି କଏଦୀଙ୍କ ମଧ୍ୟରେ କୌଣସି ସଂଦେହ ଜନକ ଗତିବିଧି ହେଲେ ବଜର୍ ବାଜିବ । ଏହା ଦ୍ବାରା ଜେଲ କର୍ତ୍ତୃପକ୍ଷ ଆଲର୍ଟ ହୋଇପାରିବେ ।

ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲାଗିବ । ସେଗୁଡିକ ହେଲା ଝାରପଡ଼ା, ଚୌଦ୍ବାର, ସମ୍ବଲପୁର ଓ ବ୍ରହ୍ମପୁର ଆଦି ଜେଲ । ଏହିଠାରେ ୩୨ଟି ଲେଖାଏଁ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୀରେନ ସାହୁ ।

ଡିଆଇଜି ବୀରେନ ସାହୁ କହିଛନ୍ତି ଜେଲରେ AI ପାଓ୍ବାରଡ ସିକ୍ୟୁରିଟି ସିଷ୍ଟମ ଲାଗୁ ହୋଇଛି । ବିଭିନ୍ନ ସମୟରେ ଜେଲକୁ ନଜର ଗତିବିଧି ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଏପରି ଲଗାଯାଇଛି । ପାଇଲଟ ପ୍ରୋଜେକ୍ଟରେ ଢେଙ୍କାନାଳ ଜେଲରେ ଟେଷ୍ଟିଂ ସଫଳ ହୋଇଛି । ଆଗକୁ ୧୮ଟି ଜେଲରେ ଲଗାଯିବ । ଅନ୍ୟ ୧୭ଟି ଜେଲରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.