Latest Odisha News

BREAKING NEWS

Khandagiri Jatra: ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି…

ଭୁବନେଶ୍ୱର: ଜାନୁଆରୀ ୨୭ରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଏହା ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଖଣ୍ଡଗିରେରେ କମ୍ପିବ ଯାତ୍ରା ମହାସମର । ସବୁ ଯାତ୍ରା ପାର୍ଟି ନିଜର ସବୁଠୁ ବେଷ୍ଟ ନାଟକ ଏଠାରେ ପରିବେଷଣ କରିବେ । ଏହାରି ଭିତରେ ଖଣ୍ଡଗିରି ଯାତ୍ରା ପାଇଁ ଏସଓପି ଆଣିଛି ବିଏମସି ।

ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି । ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମସିର ସ୍ଵତନ୍ତ୍ର ସ୍କୁଆଡ । ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ଆକ୍ସନ ନିଆଯିବ । ଖଣ୍ଡଗିରି ଯାତ୍ରା କମିଟି ସହିତ ଆଲୋଚନା ପରେ ଏସଓପି ଜାରି ହୋଇଛି ।

ବିଏମସି ପାର୍କିଂ ବାହାରେ ପାର୍କିଂ କଲେ ଗାଡ଼ି ଉଠେଇ ନେବା ସହ ଗାଡ଼ି ମାଲିକଙ୍କୁ ୧୨ ଶହ ଟଙ୍କା ଫାଇନ ହେବ । ଯାତ୍ରା କଳାକାର ଓ କମିଟି ସଭ୍ୟଙ୍କ ପାଇଁ ହେବ ସ୍ଵତନ୍ତ୍ର ପାର୍କିଂ ପ୍ଲେସ। ସେନେଇ କମିଟି ଜାଗା ନିରୂପଣ କରିବେ। ଏନେଇ ଦକ୍ଷିଣ ପୂର୍ବ ଜେଡିସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.