ଭୁବନେଶ୍ବର: ଆମ ବସ୍ ଭଙ୍ଗାରୁଜା ଘଟଣାରେ ଗିରଫ ହେଲେ ଦୁଇ ଜଣ । ଶୁକ୍ରବାର ଅଶୋକ ନଗରରେ ଏକ ବାଇକୁ ଆମ ବସ ଧକ୍କା ଦେଇଥିଲା । ବସ୍ ଧକ୍କାରେ ବାଇକ ଚାଳକ ଆହାତ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ତୁମୁଳ କାଣ୍ଡ ।
ଏହି ସମୟରେ ପଛକୁ ପଛ ଆସୁଥିବା ଚାରୋଟି ଆମ ବସକୁ ଭାଙ୍ଗିଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଘଟଣା ସ୍ଥଳରେ ପହଞ୍ଚି ଡିସିପି ଅନୁଧ୍ୟାନ କରିବା ସହ ରାସ୍ତା ଅବରୋଧକୁ ହଟାଇଥିଲେ । କିଛି ସମୟ ଧରି ଅନ୍ୟ ଯାତ୍ରୀ ମାନେ ମଧ୍ୟ ଅସୁବିଧା ଭୋଗିଥିଲେ ।
ଏହି ଘଟଣାରେ ଆଜି ଦୁଇ ଅଭିଯୁକ୍ତଙ୍କୁ କାଳୀବାଡିବସ୍ତିରୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଯାଞ୍ଚ କରାଯିବା ପରେ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।