Latest Odisha News

ବର୍ଡର ୨ର ସଫଳତା ପରେ ଖୁବ ଶୀଘ୍ର ବର୍ଡର ୩

ମୁମ୍ବାଇ: ବର୍ଡର ୨ ଫିଲ୍ମ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏଥିରେ ମେକର୍ସ ବେଶ ଉତ୍ସାହିତ ଅଛନ୍ତି । ଖୁବ ଶୀଘ୍ର ଏହାର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ ସୂଚନା ଦେଇଛନ୍ତିି । ବର୍ଡର ୨ର ପ୍ରଡ୍ୟୁସର୍ସ ନିଧୀ ଦତା ଓ ଭୂଷଣ କୁମାର ପୂନର୍ବାର ଏଥିପାଇଁ ଅଂଟା ଭିଡିଛନ୍ତି । ମେକର୍ସ ଏ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ଦେବାକୁ ଯାଉଛନ୍ତି ବୋଲି ତରନ କହିଛନ୍ତି । ୪ ଦିନ ମଧ୍ୟରେ ବର୍ଡର ୨ ଫିଲ୍ମ ୨୦୦ରୁ ଊର୍ଦ୍ଧ୍ୱ କୋଟି ଆୟ କରିସାରିଛି ।

ଧୂରନ୍ଧର ଓ ବର୍ଡର ୨ ଫିଲ୍ମର ସଫଳତା ନେଇ ବଲିଉଡର ମେକର୍ସମାନେ ଉତ୍ସାହିତ ହୋଇଛନ୍ତି । କରନ ଜୋହର କହିଛନ୍ତି ଏହି ଫିଲ୍ମ ମାଧ୍ୟମରେ ବଲିଉଡର ମଧ୍ୟ କମବ୍ୟାକ ହୋଇଛି । ବର୍ଡର ୨ରେ ସନୀ ଦେଓଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଧୂରନ୍ଧରରେ ରଣବୀର ସିଂ ଓ ବବି ଦେଓଲ ଅଭିନୟ କରିଥିଲେ ।

Leave A Reply

Your email address will not be published.