Latest Odisha News

BREAKING NEWS

କୋହଲି, ରୋହିତଙ୍କ ପ୍ରଭାବ: ବିସିସିଆଇ ନେବାକୁ ଯାଉଛି ବଡ ନିଷ୍ପତି

ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବା ପାଇଁ ପ୍ରଶଂସକ ସର୍ବଦା ଆଗ୍ରହ ପ୍ରକାଶ କରିଥାନ୍ତି । ଏହାର ଉଦାହରଣ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ମଧ୍ୟ ଦେଖିବାକୁ ମିିଳିଛି । ପ୍ରଶଂସକଙ୍କ ଆଗ୍ରହ ଦେଖି ବିସିସିଆଇ ଘରୋଇ କ୍ରିକେଟକୁ ନେଇ ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି । ଆଗକୁ ଘରୋଇ କ୍ରିକେଟ ପ୍ରସାରଣ ପାଇଁ ଯୋଜନା କରାଯିବ । ବଡ ବଡ ଷ୍ଟାର ଘରୋଇ କ୍ରିକେଟରେ ଖେଳିବା ଯୋଗୁ ପ୍ରଶଂସକଙ୍କ ଆଗ୍ରହ ବଢ଼ୁଛି ।

ପ୍ରଥମ ଥର ପାଇଁ ମୋ ପାଖକୁ ଫୋନ ଆସିଥିଲା ଯେ,ଘରୋଇ କ୍ରିକେଟର ଲାଇଭ କାହିଁକି କରାଯାଉ ନାହିଁ । ବ୍ରଡକାଷ୍ଟ ସ୍ପନସର୍ସଙ୍କ ସହ ମିଶି କୌଣସି ଏକ ରାସ୍ତା ବାହାର କରିବୁ ବୋଲି ସାଇକିଆ କହିଛନ୍ତି । ଏଥର କୋହଲି ଓ ରୋହିତଙ୍କ ଅଭ୍ୟାସ ଦେଖିବା ପାଇଁ ଷ୍ଟାଡିୟମରେ ଭୀଡ ଜମିଥିଲେ । ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି ଓ ସୟେଦ ମୁସ୍ତାକ ଅଲୀ ଟ୍ରଫି ଏଥର ପ୍ରଶଂସକଙ୍କୁ ରୋମାଂଚ ଯୋଗାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.