Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଶୁକ୍ରବାର ଟି୨୦ ବିଶ୍ୱକପ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରିଛି । ଏଥିରେ ୨୪ଜଣ ଅନ ଫିଲ୍ଡି ଅମ୍ପାୟର ଓ ୬ ମ୍ୟାଚ ରେଫରୀ ରହିଛନ୍ତି । ସୁପର ୮ ଓ ନକଆଉଟ ପାଇଁ ପରେ ଅଫିସିଆଲଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ୩୦ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଜଭାଗଲ ଶ୍ରୀନାଥ ଓ ନିତୀନ ମେନନ ।

କଲମ୍ବୋର ସିଂହଳୀ ସ୍ପୋଟ୍ସ କ୍ଲବରେ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥିରେ କୁମାର ଧର୍ମସେନା ଓ ୱେନ ନାଇଟ୍ସ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ । କୋଲକାତାରେ ସ୍କଟଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ ସି ମୁକାବିଲାରେ ନୀତିନ ମେନନ ଓ ସ୍ୟାମ ନୋଗାଜସ୍କି ଅମ୍ପାୟରିଂ କରିବେ । ଫେବୃୟାରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା କଲମ୍ବୋରେ ଆୟୋଜିତ ହେବ । ରିଚାର୍ଡ ଇଂଲିୱର୍ଥ ଓ କୁମାର ଧର୍ମସେନା ଅନ ଫିଲ୍ଡ ଅମ୍ପାୟର ହେବେ ।

Leave A Reply

Your email address will not be published.