Latest Odisha News

BREAKING NEWS

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…

ଭୁବନେଶ୍ୱର: ଫେବୃଆରୀ ୧୫ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା । ଏନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାତି ୧୦ଟାରେ ମନ୍ଦିର ଚୁଡ଼ାକୁ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି ।

ଏହି ବୈଠକରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ସମସ୍ତ ନିଯୋଗ ପ୍ରମୁଖ ସେବାୟତ ଉପସ୍ଥିତ ଥିଲେ। ବୈଠକରେ ସେବାୟତଙ୍କ ମତାମତକୁ ନେଇ ଜାଗର ଦିନର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା । ତେବେ ଚଳିତ ବର୍ଷ ମହାଦୀପ ଉଠିବା ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି କିମ୍ବା ନୀତିକାନ୍ତିରେ ବିଶୃଙ୍ଖଳା ଦେଖାନଯାଏ ସେନେଇ ସୁଧାର ଆଣିବାକୁ ନିଯୋଗ ପକ୍ଷରୁ ଦାବି କରାଯାଇଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କାର୍ଯ୍ୟନିର୍ବହୀ ଅଧିକାରୀ ହେମନ୍ତ ଭାରିମଲ୍ଲଙ୍କ ସମେତ ଅନ୍ୟ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ ସହ ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ମହାସୁଆର, ବ୍ରାହ୍ମଣ ନିଯୋଗର ବିରଞ୍ଚି ନାରାୟଣ ପତି, ରାଜେନ୍ଦ୍ର ସମର୍ଥା, ଅଞ୍ଚଳ ବଟୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.