ମାଲକାନଗିରି:ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ । ମୁଁ ଓଡ଼ିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ କହୁଛି । ସୁରକ୍ଷାକର୍ମୀଙ୍କ ନିକଟରେ ମାଓବାଦୀମାନେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ । ଅଡ଼ିଓ ବାର୍ତ୍ତା ଜରିଆରେ ମାଓ ସଂଗଠନକୁ ଏପିରି କିଛି କହିଛନ୍ତି ଡିଜିପି ଓ୍ୱାଇ.ବି ଖୁରାନିଆ ।
ସରେଣ୍ଡର ପାଇଁ ଇଛୁକ ପ୍ରାର୍ଥୀ ଟେଲିଫୋନ ନମ୍ବର 9437643839ରେ ଯୋଗାଯୋଗ କରନ୍ତୁ । ମାଓ ସଂଗଠନକୁ ଡିଜିପି ୱାଇ ବି ଖୁରାନିଆ ଆହ୍ୱାନ କରିଛନ୍ତି ।
ଅଡ଼ିଓ ବାର୍ତ୍ତାରେ ଆହୁରି କହିଛନ୍ତି, ରାଜ୍ୟ ସରକାର ଆପଣଙ୍କ ପାଇଁ ବହୁତ ଭଲ ଆତ୍ମସମର୍ପଣ ପଲିସି ଲାଗୁ କରିଛନ୍ତି । ଆପଣମାନେ ସରେଣ୍ଡର କରିବାକୁ ଚାହୁଛନ୍ତି ତା ହେଲେ ସମସ୍ତ ପ୍ରକାର ସୁବିଧା ଆଉ ସୁରକ୍ଷା ଯୋଗାଇ ଦେବାକୁ ମୁଁ ଆଶ୍ୱାସନା ଦେଉଛି। ଆପଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସ୍ୱାଗତ କରୁଛି ।