ପୁରୀ:ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଲା ମା’ ଓ ପୁଅଙ୍କ ଜୀବନ। ମୃତ ମା’ ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା ।
ସୂଚନାମୁତାବକ, ଆଜି ସକାଳେ କୁସୁମ ଓ ଅଙ୍କିତ ପରିବାରବର୍ଗଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ନିକଟ ବେଳାଭୂମିରେ ସମୁଦ୍ର ସ୍ନାନ କରୁଥିଲେ । ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ କରେଣ୍ଟରେ ପଡ଼ି କୁସୁମ ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ମା’ ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଅଙ୍କିତ ସମୁଦ୍ର ଭିତରକୁ ଯିବାରୁ ସେ ମଧ୍ୟ ରିପ୍ କରେଣ୍ଟରେ ପଡ଼ି ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଟି ଶୁଣି ସେଠାରେ ଉପସ୍ଥିତ ଥିବା ପ୍ରାଇଭେଟ୍ ଲାଇଫ ଗାର୍ଡ ଓ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥିଲେ ଓ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସରକାରୀ ତଥ୍ୟ ଅନୁସାରେ ୨୦୨୫ରେ ସମୁଦ୍ରରେ ବୁଡି ୨୪ ଜଣଙ୍କ ଜୀବନ ଯାଇଥିଲା । ୨୦୨୪ରେ ୧୯ ଜଣ, ୨୦୨୩ରେ ୧୩ ଜଣ , ୨୦୨୨ରେ ୭ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୪ ବର୍ଷରେ ସମୁଦ୍ରରେ ବୁଡି ୬୪ ଜଣଙ୍କ ଜୀବନ ଯାଇଛି ।
ତେବେ ସମୁଦ୍ରରେ ଗାଧୋଇବା ବେଳେ ସତର୍କତା ଅଭାବରୁ ଅନେକ ନିରୀହଙ୍କ ଜୀବନ ଚାଲିଯାଉଛି ।