Latest Odisha News

BREAKING NEWS

ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ । ଏଥର ବଜେଟ୍ ରେ ବାୟୋଫାର୍ମାକୁ ଫୋକସ କରିଛନ୍ତି ସରକାର ।

୧୦ ହଜାର କୋଟି ଟଙ୍କା ନିବେଶ ହେବ ବୋଲି ବଜେଟରେ କୁହାଯାଇଛି । ୩ଟି ସଂସ୍ଥା ତିଆରି କରାଯିବ । ଆମ ପାଖରେ ୭ଟି ସଂସ୍ଥା ରହିଛି । ଏହାକୁ ଆଗକୁ ଆହୁରି ଉନ୍ନତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଚଳିତ ବଜେଟ୍ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି । ଓଡ଼ିଶାରେ ହେବ ଖଣିଜ କରିଡର । ଓଡ଼ିଶାର ଅନୁଗୁଳ ଓ ତାଳଚେରରେ ହେବା ନେଇ କହିଛନ୍ତି ନିର୍ମଳା ସୀତାରମଣ ସେହିପରି ଆନ୍ଧ୍ର, କେରଳ ଓ ତାମିଲନାଡୁରେ ହେବ କଣିଜ କରିଡ଼ର।

Leave A Reply

Your email address will not be published.