Latest Odisha News

BREAKING NEWS

Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଏକ ଅଭିବୃଦ୍ଧି ମୂଳକ ବଜେଟ୍। ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଯୁବ ଶକ୍ତିର ବିକାଶ ଉପରେ ସ୍ବତନ୍ତ୍ର ଫୋକସ୍ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅର୍ଥମନ୍ତ୍ରୀ ସୀତାରମଣଙ୍କ ଏହା ହେଉଛି କ୍ରମାଗତ ନବମ ବଜେଟ୍। ଏଥିରେ ଅସ୍ପଷ୍ଟତା ବଦଳରେ ସ୍ପଷ୍ଟ କାର୍ଯ୍ୟନ୍ବୟନ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ସେମାନଙ୍କ ମଧ୍ୟରେ ବିଶ୍ବ ସ୍ତରରେ ପ୍ରତିଯୋଗିତା କରିବା ଭଳି ଦକ୍ଷତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ଯୁବ ସମାଜ ଆତ୍ମ ବିଶ୍ବାସୀ ହେବା ସହିତ ଦେଶର ବିକାଶ ପ୍ରତି ନିଜର ଅବଦାନ ରଖିପାରିବ। ଏହା ବାସ୍ତବରେ ଏକ ଯୁବଶକ୍ତି ବଜେଟ୍।

ଦେଶର ଆର୍ଥିକ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ମୋଦୀ ସରକାର ତାଙ୍କ ଶାସନ କାଳ ସମୟରେ ବର୍ତ୍ତମାନ ସୁଦ୍ଧା ୩୫୦ଟି ଢାଞ୍ଚାଗତ ସଂସ୍କାର ଆଣିଛନ୍ତି। ଯାହାକି ସ୍ବାଧୀନ ଭାରତର ଅର୍ଥନୈତିକ ଇତିହାସରେ ଏକ ବିରଳ ଅଧ୍ୟାୟ।

 

Leave A Reply

Your email address will not be published.