ପୁରୀ: ମହାମହିମ ରାଷ୍ଟ୍ରପତି ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ତାଙ୍କର ପୁରୀ ଗସ୍ତ ଏବଂ ପ୍ରଭୁଙ୍କ ପାଖରେ ପ୍ରାର୍ଥନାକୁ ଅତି ସୁନ୍ଦର ନିଖୁଣ ଭାବରେ ନିଜ ବାଲୁକା ସ୍ୟାଣ୍ଡ ଆନିମେସନରେ ଚିତ୍ରଣ କରିଛନ୍ତି ବିଶ୍ୱ ବିଖ୍ୟାତ ବାଲୁକା ସ୍ୟାଣ୍ଡ ଆନିମେଟର ମାନସ ସାହୁ ।
ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଏହି କଳାକୃତି ମାଧ୍ୟମରେ, ସେ ବାର୍ତ୍ତା ଦେଇଛନ୍ତି: “ଓଡିଶାର ପୁରୀକୁ ସ୍ୱାଗତ।”
ତେବେ ଆଜି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ । ରାଷ୍ଟ୍ରପତି ଆସୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତା ତିନି ତାରିଖରେ ରାଷ୍ଟ୍ରପତି ଯାଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୩ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ । ଲୋକଭବନରେ ସେ ରାତ୍ରି ବିଶ୍ରାମ କରିବେ । ୪ ତାରିଖ ବୁଧବାର ସକାଳେ ସେ ଶ୍ୱେତଗଙ୍ଗା ଯାଇ ପିଣ୍ଡଦାନ କରିବେ । ପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।