Latest Odisha News

BREAKING NEWS

Ganja Seized: ଫୁଲକୋବି ଗାଡିରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

କେନ୍ଦୁଝର: କୋବିକୁ ଢାଲ କରି ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ । ମାଡି ବସିଲା ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ । ଜବତ ହେଲା ୨୩ ବସ୍ତା ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ । ଏଭଳି ଘଟଣା ସାମ୍ନାକୁ ଆସିଛି କେଉଁଝର ଜିଲ୍ଲା କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରୁ ।

କେନ୍ଦୁଝରରୁ ଏକ ପିକଅପ ଭ୍ୟାନରେ କୋବି ଭିତରେ ଗଞ୍ଜେଇ ବସ୍ତା ରଖି ବାରିପଦା ଆସୁଥିଲା । ରାତି ତମାମ ଗାଡିକୁ ଫଲୋ କରିବା ପରେ ମାଡି ବସିଲା ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ । ଗଞ୍ଜେଇ ସହ ଗାଡିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଜବତ କରିଛି । ଏହା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.