Latest Odisha News

BREAKING NEWS

TPSODLର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍, ଏତିକି ସମ୍ପତି ଠାବ…

ଭୁବନେଶ୍ୱର: TPSODLର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ) ୨୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେବାର ଦିନକ ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଠାରୁ ବିପୁଳ ସମ୍ପତ୍ତି ଠାବ କରିଛନ୍ତି।

ଆୟବର୍ହିଭୂତ ସମ୍ପତି ଦୃଷ୍ଟିକୋଣରୁ ପ୍ରଦେଶ ପ୍ରସାଦ ନାୟକଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକରେ ଏକକାଳୀନ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ସମୟରେ ଠାବ କରାଯାଇଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରେ ରହିଛି:-

୧. ବ୍ରହ୍ମପୁର ଟାଉନରେ ପ୍ରାୟ ୨୦୦୦ ବର୍ଗଫୁଟ କ୍ଷେତ୍ରଫଳର ଏକ ଦୁଇ ମହଲା କୋଠା

୨. ଭୁବନେଶ୍ବର ଏବଂ ବ୍ରହ୍ମପୁର ଆଖପାଖରେ ପାଞ୍ଚଟି ଉଚ୍ଚ ମୂଲ୍ୟର ପ୍ଲଟ୍।

୩. ପ୍ରାୟ ୧୫୦ ଗ୍ରାମ ମୂଲ୍ୟର ସୁନା ।

୪. ୧ ଚାରି ଚକିଆ (ମାରୁତି ଗ୍ରାଣ୍ଡ ଭିଟାରା) ଏବଂ ୨ ଦୁଇ ଚକିଆ ଯାନ।

Leave A Reply

Your email address will not be published.