Latest Odisha News

ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା

କୋରାପୁଟ: ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା। ପ୍ରେସମିଟରେ ସୂଚନା ଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ। ଏସିଏମ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି। ରାଇଫଲ ଓ ବିଭିନ୍ନ ଗୋଳାବାରୁଦ ସହ ମମତା ଆତ୍ମସମର୍ପଣ କରିଛନ୍ତି। ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି ଡିଆଇଜି କନୱର ବିଶାଳ ସିଂହ।

୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର ଅଞ୍ଚଳର ବିଭିନ୍ନ ହତ୍ୟା ମାମଲାରେ ଜଡ଼ିତ ଥିଲେ । ମମତାଙ୍କ ଠାରୁ ଗୋଟିଏ ରାଇଫଲ ଏଵଂ ୧୦ ପ୍ରକାର ବିଭିନ୍ନ ଗୋଳାବାରୁଦ ଜବତ ହୋଇଛି। ସରକାରଙ୍କ ଆତ୍ମସମର୍ପଣ ନୀତିରେ ଅନୁପ୍ରାଣିତ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି। .

ତେବେ ବଡ କଥା ହେଉଛି କେନ୍ଦ୍ର ସରକାରଙ୍କ କଥାକୁ ଗୁରୁତ୍ୱର ସହ ନେଇ ଦେଶ ତଥା ରାଜ୍ୟରୁ ମାଓ ମୁକ୍ତ କରାଯାଉଛି । ନକ୍ସଲ ମୁକ୍ତ ପାଇଁ କେନ୍ଦ୍ର ସରକାର ଟାର୍ଗେଟ୍ ରଖିଥିଲେ, ଧିରେ ଧିରେ ତାହା ପୁରୁଣ ହେଉଛି। ଭାରତ ଏବେ ନକ୍ସଲ ମୁକ୍ତ ଦିଗରେ ଗତି କରୁଛି।

Leave A Reply

Your email address will not be published.