ନୂଆଦିଲ୍ଲୀ: ଫେବୃୟାରୀ ୭ରୁ ଟି୨୦ ବିଶ୍ୱକପ ଆରମ୍ଭ ହେବ । ଟିମ ଇଣ୍ଡିଆ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଓହ୍ଲାଇବ । ୱାଙ୍ଖେଡରେ ଆମେରିକା ବିପକ୍ଷରେ ଭାରତ ୭ ତାରିଖରେ ତାର ଅଭିଯାନ ଆରମ୍ଭ କରିବ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢ଼ତର ସହକାରେ କହିଛନ୍ତି । ଏହି ଅବସରରେ ସେ କୋଚ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ କଥା କହିଛନ୍ତି । ଗମ୍ଭୀର ଆସିବା ପରେ ଡ୍ରେସିଂରୁମର ପରିବେଶ ହାଲକା ରହିଛି । ଖେଳାଳିମାନେ ସେମାନଙ୍କ ମତ ଖୋଲାଖୋଲି ଭାବେ ରଖିପାରୁଛନ୍ତି । ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ଦଳ କିପରି ଜିତିବ ସେଥିପ୍ରତି ସମସ୍ତେ ଗୁରୁତ୍ୱ ଦେଉଛନ୍ତି ।
ଈଶାନ କିଶାନ ୯୦ ରନ କରିଥିବା ବେଳେ କ୍ରମାଗତ ଛକା ମାରି ଶତକ ପୂରଣ କରିଥିଲେ । ସେ ଶତକ ଅପେକ୍ଷା ଦଳର ରନକୁ ବେଶ ଗୁରୁତ୍ୱ ଦେଇଥିଲେ । ୨୦୨୪ ଟି୨୦ ବିଶ୍ୱକପ ପରେ ଗମ୍ଭୀର ଭାରତର କୋଚ ହୋଇଥିଲେ । ସେବେଠାରୁ ଏହି ଫର୍ମାଟରେ ଭାରତର ପ୍ରଦର୍ଶନ ଭଲ ରହିଛି । ୪୧ ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ଭାରତ ୩୩ରେ ବିଜୟ ହାସଲ କରିଥିବା ବେଳେ ୬ରେ ପରାଜିତ ହୋଇଥିଲା । ଭାରତର ବିଜୟ ପ୍ରତିଶତ ୮୫ ପ୍ରତିଶତ ରହିଛି । ଅନ୍ୟ କୌଣସି ଦେଶର ବିଜୟ ପ୍ରତିଶତ ୩୩ରୁ ଅଧିକ ରହିନି । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଜିତିଥିଲା ।